ଭୁବନେଶ୍ବର(କେନ୍ୟୁଜ୍): ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେବା ପରେ ଭୁବନେଶ୍ୱର ଫେରିଛନ୍ତି ଦିଲ୍ଲୀପ ତିର୍କୀ । ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆ ସଭାପତି ହୋଇ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି। ହକି ଇଣ୍ଡିଆ ସଭାପତି ଭାବେ ସେ ବହୁତ ଖୁସି ବୋଲି କହିଛନ୍ତି। ଏହା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଖୁସିର କଥା।
ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ହକି ଆସୋସିଏନସର ସମସ୍ତ ସଦସ୍ୟ, ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହକି ଇଣ୍ଡିଆ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଖେଳାଳିଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଛି। ହକି ପାଇଁ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ଏହାସହ ଆଗାମୀ ବର୍ଷ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ୍ର ସଫଳ ଆୟୋଜନ ନେଇ ସେ ଆଶା ରଖିଛ।