ମିଳିଲା ଜିଲ୍ଲା ପରିଷଦ ଧମେନ୍ଦ୍ର ସାହୁଙ୍କ ମୋବାଇଲ ଫୋନ୍‌: ସେଥିରେ ଅଛି ରହସ୍ୟମୟ ଭିଡ଼ିଓ

ଭୁବନେଶ୍ବର(କେନ୍ୟୁଜ୍):ମିଳିଲା ଜିଲ୍ଲା ପରିଷଦ ଧମେନ୍ଦ୍ର ସାହୁଙ୍କ ମୋବାଇଲ ଫୋନ୍‌ । ତାଙ୍କର ଦୁଇଟି ମୋବାଇଲ ଫୋନ୍‌ ମିଳିଛି । ମୋବାଇଲ ଫୋନରେ ରହିଛି ରହସ୍ୟମୟ ଭିଡ଼ିଓ । ମୋବାଇଲ ଫୋନରେ ରହିଛି ଆତ୍ମହତ୍ୟାର କାରଣ । ତାଙ୍କ ଘର ପାଖ ଏକ ପ୍ଲଟରୁ ମିଳିଛି ବୋମାଇଲ ଫୋନ । ସନ୍ଧାନୀ କୁକୁର ସାହାଯ୍ୟରେ ମୋବାଇଲକୁ ଖୋଜିଥିଲା ପୋଲିସ । ତେବେ ମୃତ୍ୟୁ ପୂର୍ବରୁ ସୋସିଆଲ୍‌ ମିଡିଆରେ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

mobilea

ସେ ଫେସବୁକରେ ଲେଖିଛନ୍ତି ମୋ ଫୋନ ଦୁଇଟାରେ ଭିଡିଓ ରହିଛି । ତାକୁ ଲୋକଲୋଚନକୁ ଆଣିବେ । କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ଧର୍ମେନ୍ଦ୍ର ? କଣ ହୋଇଥାଇପାରେ କାରଣ ?ପାରିବାରିକ ବିବାଦ ନା ଆଉ କିଛି କାରଣ ରହିଛି ? କାହିଁକି ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଧର୍ମେନ୍ଦ୍ର ସାହୁ ? ସସପେନ୍ସ ବଢ଼ାଇଛି ତାଙ୍କର ସୋସିଆଲ୍‌ ମିଡିଆ ପୋଷ୍ଟ । ମୋବାଇଲ୍‌ରେ ଥିବା ଭିଡିଓରେ କଣ ରହିଛି ରହସ୍ୟ ? ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.