ହକ୍‌ ମାଗିଲେ ନମିଳିବାରୁ ନୟାଗଡ଼ ଭୂଅର୍ଜନ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ମହିଳା

ନୟାଗଡ଼(କେନ୍ୟୁଜ୍): ହକ୍‌ ମାଗିଲେ। ନମିଳିବାରୁ ସଂଘବଦ୍ଧ ଆକ୍ରମଣ କଲେ। ନୟାଗଡ଼ ଭୂଅର୍ଜନ ଅଧିକାରୀଙ୍କ ଅଫିସରେ ଏଭଳି ଅଭାବନୀୟ ସ୍ଥିତି ଦେଖାଯାଇଛି। ଖୋର୍ଦ୍ଧା- ବଲାଙ୍ଗିର ରେଳ ପ୍ରକଳ୍ପର ଭୂଅର୍ଜନ ଅଧିକାରୀ ସଞ୍ଜୟ ପଢିଆରୀଙ୍କୁ ସଂଘବଦ୍ଧ ଭାବେ ମହିଳାଙ୍କ ଆକ୍ରମଣ। ରେଳ ପ୍ରକଳ୍ପରେ ଦଶପଲ୍ଲା ଅଞ୍ଚଳର ଅନେକ ଆଦିବାସୀ ପରିବାରଙ୍କ ଜମି ଅଧିଗ୍ରହଣ ହୋଇଛି। କିନ୍ତୁ ସେମାନଙ୍କୁ ଦୀର୍ଘ ଦିନ ଧରି ନିଜର ହକ୍‌ ମିଳିପାରିନାହିଁ।

ନୟାଗଡ଼ ଜମି ଅଧିଗ୍ରହଣ ଅଫିସକୁ ସେମାନେ ଅଭିଯୋଗ କରିବାକୁ ଆସିଥିଲେ ମଧ୍ୟ ସଞ୍ଜୟ ପଢିଆରୀ ସେମାନଙ୍କୁ ନାନା କଥା କହିଥିଲେ। ଅନେକ ସମୟରେ ଖରାପ ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଥିଲେ। ଆଜି କିଛି ମହିଳା ସଂଘବଦ୍ଧ ଭାବେ ସଞ୍ଜୟଙ୍କ ଘର ପାଖରେ ଲୁଚି ରହିଥିଲେ। ସେ ଅଫିସକୁ ଆସୁଥିବା ବେଳେ ତାଙ୍କୁ ଅଟକାଇ ଅଳତା, ସିନ୍ଦୁର ପିନ୍ଧାଇବା ସହ ଛାଞ୍ଚୁଣୀରେ ମାଡ଼ ମାରିଥିଲେ। ନୟାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭୂଅର୍ଜନ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ। ପରେ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିଲେ। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.