ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା: ମନମୋହୁଛି ସୁଦୃଶ୍ୟ ତୋରଣ

କେନ୍ୟୁଜ୍(ବ୍ୟୁରୋ):ମାଆଙ୍କ ଆଗମନରେ ଚଳଚଞ୍ଚଳ ପୁରପଲ୍ଲୀ। ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା। ଘଣ୍ଟ, ଘଣ୍ଟି ଓ ଶଙ୍ଖଧ୍ୱିନରେ ପ୍ରକମ୍ପିତ ହେଉଛି ପରିବେଶ। ବ୍ରାହ୍ଣଣଙ୍କ ମନ୍ତ୍ରଉଚ୍ଚାରଣରେ କମ୍ପୁଛି ମଣ୍ଡପ। ସୁନା, ରୂପା ମେଢରେ ଶୋଭା ପାଉଛନ୍ତି ମାଆ। ମନମୋହୁଛି ସୁଦୃଶ୍ୟ ତୋରଣ। ଚିକ୍‌ମିକ୍‌ ଆଲୋକମାଳାରେ ଝଲସି ଉଠୁଛି ରାଜଧାନୀର ପୂଜା ମଣ୍ଡପ।

ଲୋକେ ପରିବାର ଲୋକଙ୍କୁ ଧରି ପୂଜା ମଣ୍ଡପକୁ ଯାଇ ମାଆଙ୍କ ଆଶୀର୍ବାଦ ନେଉଛନ୍ତି। ଆଜି ମଣ୍ଡପରେ ମାଆଙ୍କ ମହାଷ୍ଟମୀ ପୂଜା ଚାଲିଥିବାବେଳେ ପୀଠରେ ଚାଲିଛି ମହାନବମୀ ପୂଜା। ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ଦୁର୍ଗାପୂଜା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.