ଭାରତୀୟ ବାସୁସେନା ପାଇଁ ଆଜି ଐତିହାସିକ ଦିନ: ସାମିଲ ହେବ ହାଲୁକା ଲଢୁଆ ହେଲିକପ୍ଟର LCH

କେନ୍ୟୁଜ୍(ବ୍ୟୁରୋ): ଆଜି ଭାରତୀୟ ବାୟୁସେନା ପାଇଁ ଐତିହାସିକ ଦିନ । ବଢ଼ିବ ସେନାର ଶକ୍ତି । ବାୟୁସେନାରେ ସାମିଲ ହେବ ପ୍ରଥମ ବ୍ୟାଚ୍‌ ଲାଇଟ୍‌ କମ୍ବାଟ ହେଲିକପ୍ଟର-LCH । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ହାଲୁକା ଲଢୁଆ ହେଲିକପ୍ଟର । ଏଥିରୁ ମିସାଇଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଉତ୍‌କ୍ଷେପଣ ହୋଇପାରିବ । ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ୍‌ ବା HAL ଏହାର ଡିଜାଇନ୍‌ କରିଛି । ଲଦାଖ ଭଳି ଅତି ଉଚ୍ଚ ସ୍ଥାନରେ ଯୁଦ୍ଧ କ୍ଷେତ୍ରରେ ସାମିଲ ହୋଇ ପାରିବ ଏହି ହେଲିକପ୍ଟର ।

ଆଜି ଯୋଧପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଭିଆର ଚୌଧାରୀଙ୍କ ଉପସ୍ଥିତିରେ ବାୟୁ ସେନାରେ ସାମିଲ ହେବ LCH । ଏକାଧିକ ଥର ମିସାଇଲ ଉତ୍‌କ୍ଷେପଣ ପରୀକ୍ଷା ସଫଳତାର ସହ ହୋଇ ସାରିଛି । ଏହି ହେଲିକପ୍ଟରର ଓଜନ୍‌ ୫ରୁ ୮ ଟନ୍‌ । ଏଥିରେ ୨ଟି ଇଞ୍ଜିନ୍‌ ଅଛି । LCHରୁ ୩ ହଜାର ୮୮୭ କୋଟି ଟଙ୍କା ବ୍ୟୟରେ ୧୫ଟି ସ୍ୱଦେଶୀ ନିର୍ମିତ LCH ହେଲିକପ୍ଟର କିଣିବାକୁ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଥିଲା । ଏହି ୧୫ ହେଲିକପ୍ଟରରୁ ୧୦ଟି ବାୟୁସେନା ଓ ୫ଟି ଆର୍ମୀରେ ସାମିଲ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.