ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବୁଜିଲେ ଆଖି

ଭୁବନେଶ୍ବର(କେନ୍ୟୁଜ୍): ସକାଳୁ ସକାଳୁ ଦୁଃଖଦ ଖବର !  ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଳୟ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ପଦ୍ମପୁରରୁ ୫ ଥର ବିଧାୟକ ଥିଲେ ବିଜୟ ରଞ୍ଜନ ସିଂ ବରିହା ।

୧୯୯୦ରୁ ୨୦୦୦ ଯାଏ କ୍ରମାଗତ ଦୁଇ ଥର ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ । ପରେ ବିଜେଡି ଟିକେଟରେ ୨୦୦୦-୨୦୦୪ ଯାଏ ତୃତୀୟ ଥର ନିର୍ବାଚନ ଜିତି ଆସିଥିଲେ ବିଧାନସଭା । ଏହାପରେ ୨୦୦୯-୨୦୧୪ ଓ ପରେ ୨୦୧୪ରେ ପଞ୍ଚମ ଥର ହୋଇଥିଲେ ବିଧାୟକ । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ବରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶା ଓ ବିଜେଡି ଜଣେ ଦକ୍ଷ ଓ ଟାଣୁଆ ସଂଗଠକୁ ହରାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.