ମା’ ମହାଗୌରୀ: ଦୂର କରିବେ ସବୁ ସମସ୍ୟା, ଏମିତି କରନ୍ତୁ ପୂଜା

ଶାରଦୀୟ ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଏହିଦିନ କନ୍ୟା ପୂଜନ ମଧ୍ୟ କରାଯାଏ। ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା। ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ ଗୋରା ହୋଇଯାଇଥିଲା। ସେଥିପାଇଁ ତାଙ୍କ ନାମ ମା’ ଗୌରୀ। ମା’ ମହାଗୌରୀଙ୍କର ଚାରି ଭୁଜା ଏବଂ ମା’ଙ୍କ ଷଣ୍ଢ ଉପରେ ବସିଥାନ୍ତି। କୁହାଯାଏ କି, ମାତା ସୀତା ଶ୍ରୀରାମଙ୍କୁ ପାଇବା ପାଇଁ ଏହାକୁ ପୂଜା କରିଥିଲେ। ମହାଗୌରୀଙ୍କୁ ମମତାର ପ୍ରତୀକ ଓ କଲ୍ୟାଣକାରୀ ଭାବେ ମାନେ କରାଯାଇଥାଏ । ବିଶ୍ୱାସ କରାଯାଏ କି, ଏହି ଦିନ ମା’ଙ୍କର ପୂଜା କଲେ ଆର୍ଥିକ ସମସ୍ୟା ଦୂର ହେବା ସହ ମନ ପସନ୍ଦର ବର ମଧ୍ୟ ମିଳିଥାଏ ।
ମା’ ଗୌରୀ ଶ୍ୱେତ ବର୍ଣ୍ଣର ହୋଇଥିବାରୁ ତାଙ୍କର ଧ୍ୟାନ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ବିବାହ ସମ୍ବନ୍ଧୀୟ ସମସ୍ତ ବାଧାବିଘ୍ନ ନିବାରଣ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ମା’ ଗୌରୀଙ୍କ ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଥାଏ।

ମା’ ମହାଗୌରୀଙ୍କ ପୂଜା ବିଧି :

ସକାଳୁ ଜଲଦି ଉଠି ସ୍ନାନ କରି ସଫା ଡ୍ରେସ ପିନ୍ଧନ୍ତୁ। ମା’ଙ୍କ ପ୍ରତିମାରେ ଗଙ୍ଗା ଜଳ ପକାଇ ସ୍ନାନ କରନ୍ତୁ। ମା’ଙ୍କୁ ଧଳା ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ। ଧାର୍ମିକ ମାନ୍ୟତା ଅନୁସାରେ ମା’ ଧଳା ରଙ୍ଗ ପସନ୍ଦ କରନ୍ତି। ମା’ ସ୍ନା କରିବା ପରେ ଧଳା ଫୁଲ ଅର୍ପଣ କରନ୍ତୁ। ମା’ଙ୍କୁ ରୋଲି କୁମକୁମ ଲଗାନ୍ତୁ। ମାଙ୍କୁ ମିଠା, ପେଡା ଏବଂ ଫଳ ଅର୍ପଣ କରନ୍ତୁ।

ମା’ ଗୌରୀଙ୍କ ଭୋଗ :

ମା’ ମହାଗୌରୀଙ୍କୁ କଳାଚଣା ଭୋଗ ଅବଶ୍ୟ ଲଗାନ୍ତୁ।

ମା’ ମହାଗୌରୀଙ୍କୁ ଅଧିକରୁ ଅଧିକ ଧ୍ୟାନ କରନ୍ତୁ।

ମା’ଙ୍କ ଆରତୀ ମଧ୍ୟ କରନ୍ତୁ।

ମା’ ମହାଗୌରୀଙ୍କ ମନ୍ତ୍ର :

ଯା ଦେବୀ ସର୍ବଭୂତେଷୁ ମାଁ ଗୌରୀ ରୂପେଣ ସଂସ୍ଥିତା।

ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।

ମା’ ଗୌରୀଙ୍କ ସ୍ବରୂପ:

ମା’ ଗୌରୀ ଶ୍ୱେତ ବର୍ଣ୍ଣର ହୋଇଥିବାରୁ ତାଙ୍କର ଧ୍ୟାନ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ମା’ ଗୌରୀ ଶ୍ବେତ ବର୍ଣ୍ଣର ବସ୍ତ୍ରରେ ଶ୍ବେତ ରଙ୍ଗର ଆଭୂଷଣ ପିନ୍ଧିଥାନ୍ତି। ମହାଗୌରୀଙ୍କ ଚାରି ବାହୁ ରହିଥାଏ। ଡାହାଣ ହାତରେ ଅଭୟ ମୁଦ୍ରା ଏଂବ ଦ୍ବିତୀୟ ହାତରେ ଶକ୍ତିର ପ୍ରତୀକ ତ୍ରିଶୂଳ ଧରିଥାନ୍ତି। ସେହିପରି ବାମ ହାତରେ ଡମୁରୁ ଏବଂ ଅନ୍ଯ ହାତରେ ବର ମୁଦ୍ରାରେ ଭକ୍ତଙ୍କୁ ବରଦାନ ଦେଇଥାନ୍ତି। ଭଗବାନ ଶିବଙ୍କ ବାହନ ଷଣ୍ଢ ଉପରେ ମା’ ବିରାଜମାନ ଥାନ୍ତି।

ପାପରୁ ମୁକ୍ତି ଦିଅନ୍ତି ମା’ ମହାଗୌରୀ:

ଅଷ୍ଟମୀରେ ମା’ ଗୌରୀଙ୍କ ପୂଜା କରିବା ବହୁତ ଫଳଦାୟୀ ହୋଇଥାଏ। କୁହାଯାଏ କି, ମା’ ମହାଗୌରୀ ମାତାଙ୍କୁ ପୂଜା କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ଏବଂ ମନରେ ବିଚାର ଶୁଦ୍ଧତା ଆସିଥାଏ। ମା’ ମହାଗୌରୀ ସବୁପ୍ରକାର ନକାରାତ୍ମକତା ଦୂର କରିଥାନ୍ତି।
ମା’ ମହାଗୌରୀଙ୍କୁ ପୂଜା କରିବା ପାଇଁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଆରମ୍ଭ କରନ୍ତୁ। ମା’ଙ୍କ ସମ୍ମୁଖରେ ଦୀପ ଲଗାନ୍ତୁ ଏବଂ ଧ୍ୟାନ କରନ୍ତୁ। ପୂଜାରେ ମା’ଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ଫୁଲ ଅର୍ପିତ କରନ୍ତୁ। ତା’ ପରେ ମନ୍ତ୍ର ଜପ କରନ୍ତୁ।

ପୂଜା ମହତ୍ତ୍ୱ :

ମା’ଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହୁଏ। ମା’ଙ୍କ କୃପାରୁ ମନପସନ୍ଦ ଜୀବନସାଥି ମିଳିଥାଏ। ମା’ ମହାଗୌରୀଙ୍କ ଆରଧାନ କରିବା ଦ୍ୱାରା ସଂକଟ ଦୂର ହୋଇଥାଏ, ପାପରୁ ମୁକ୍ତି ମିଳିଥାଏ। ବ୍ୟକ୍ତି ସୁଖ ସମୃଦ୍ଧି ସହିତ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

Leave A Reply

Your email address will not be published.