Below header

ବରାଳ ଦେବୀଙ୍କ ଦର୍ଶନ ମାତ୍ରେ ପୂର୍ଣ୍ଣ ହୁଏ ଭକ୍ତଙ୍କ ସବୁ ମନସ୍କାମନା

ପାର୍ବଣ ରୁତୁର ଆଗମନରେ ଚଳଚଞ୍ଚଳ ହୋଇଥାଏ ସମସ୍ତ ଦୈବୀ ପୀଠ । ଏମିତିରେ କନ୍ଧମାଳ ଜିଲ୍ଲାର ଆରାଧ୍ୟ ଦେବୀଙ୍କ ପୀଠ ମାଆ ବରାଳଦେବୀଙ୍କ ଶକ୍ତିପୀଠରେ ମଧ୍ୟ ଚଳିତ ବର୍ଷ ଧୁମ୍ ଧାମ୍‌ର ସହ ପାଳିତ ହୋଇଛି ମାଆଙ୍କ ପୂଜା । କୋଭିଡ୍ କଟକଣା ପାଇଁ ବିଗତ ଦୁଇ ବର୍ଷ ଧରି ମାଆଙ୍କ ଦର୍ଶନରୁ ବଚିଁତ ରହିଥିଲେ ଶ୍ରଦ୍ଧାଳୁ । କଟକଣା ସମ୍ପୁର୍ଣ୍ଣ ହଟିବା ପରେ ଏବେ ମାଆଙ୍କ ଦର୍ଶନ ପାଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଖୁସି ଦେଖାଦେଇଛି ।

କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ୍‌ ବଲସ୍କୁମ୍ପା ଠାରେ ରହିଛି ମାଆ ବରାଳଦେବୀଙ୍କ ମନ୍ଦିର। ବରାଳଦେବୀ ମନ୍ଦିରରେ ପୂଜା ପାଇଥାନ୍ତି କନ୍ଧମାଳ ବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ମାଆ ବରାଳ ଦେବୀ । ବହୁ ପୁରାତନ କାଳରୁ ରହଛି ଏହି ଶକ୍ତପୀଠ । ମାଆ ବରାଳ ଦେବୀଙ୍କୁ ଦର୍ଶନ କଲେ ଭକ୍ତଙ୍କ ମନସ୍କାନା ପୁରଣ ହେଉଥିବାର ବିଶ୍ୱାସ ରହିଛି । ତେବେ ମାଆଙ୍କ ପୀଠରେ ବଳିପ୍ରଥା ବହୁତ ପୁରାତନ ପରମ୍ପରା ରହିଥିବାର ଶୁଣିବାକୁ ମିଳେ। ତେବେ ଚଳିତ ବର୍ଷ କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପ୍ରଥାକୁ ବାରଣ କରାଯାଇଛି।

ବରାଳ ଦେବୀଙ୍କ ମହିମା ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ବେସ୍ ଚର୍ଚ୍ଚିତ । ପ୍ରତ୍ୟହ ମାଆଙ୍କ ଦର୍ଶନ ନିମନ୍ତେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଏହି ଶକ୍ତି ପୀଠକୁ ସମାଗମ ହୋଇଥାଏ । ବିଶେଷ କରି ଆଶ୍ୱିନ ମାସ ଶୁକ୍ଳପକ୍ଷ ୨ୟା ତିଥିରେ ମାଁ ବରାଳ ଦେବୀଙ୍କ ଖଣ୍ଡାବସା ପୂଜା ହୋଇଥାଏ ଓ ପର ଦିନ ଦଶମୀତିଥି ବା ଦଶହରା ଦିନ ମାଁଙ୍କୁ ଦର୍ଶନ କରିବା ସଙ୍ଗେ ସମସ୍ତ ଯାନ ବାହାନ ଆଣି ମାଁଙ୍କ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ନବମୀ ଦିନ ମାାଁଙ୍କୁ ଦର୍ଶନ କରିବା ପାଇଁ ଭୋର ସକାଳୁ ଭକ୍ତ ଓ ମାନସିକଧାରିଙ୍କ ସମାଗମ ହୋଇଥାଏ । ରାତି ସାରା ମାଁଙ୍କୁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

ନବମା ଓ ଦଶମୀ ତିଥି ଦୁଇଦିନ ଧରି ମାଆ ବରାଳ ଦେବୀଙ୍କ ଶକ୍ତି ପୀଠକୁ ମାଁଙ୍କ ଦର୍ଶନ ପାଇଁ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଲା । ମାଙ୍କ ପୀଠରେ ପୂଜା କିପରି ଭାବେ ଶାନ୍ତି ଓ ଶୃଙ୍ଖଳାର ସହ ସମାପନ ହେବ ସେଥିପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ସୂରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.