ଆନନ୍ଦପୁରର ରାମଚନ୍ଦ୍ରପୁର ପୋଲିସକୁ ସଫଳତା: ୪ଟି ଚୋରି ବାଇକ୍ ଓ ୬ଟି ମୋବାଇଲ ଜବତ

ଆନନ୍ଦପୁର(କେନ୍ୟୁଜ୍): ରାମଚନ୍ଦ୍ରପୁର ପୋଲିସ ୪ଟି ଚୋରି ବାଇକ୍ ଓ ୬ଟି ମୋବାଇଲ ଜବତ କରିବା ସହ ଦୁଇଜଣଙ୍କୁ ଅଟକ ରଖିଛି। ବାତୋ ପଞ୍ଚାୟତ ଲୁଣିଆପାଟଣା ଗ୍ରାମର ଶିଶିର କୁମାର ନାଥକୁ ପୋଲିସ ଗୁରୁବାର ଏକ ମୋବାଇଲ ଚୋରି ମାମଲାରେ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ତାକୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ଶିଶିରଠାରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ଘଟଗାଁ ଅଞ୍ଚଳରେ ଚଢ଼ଉ କରିଥିଲା। ଶିଶିର କେନ୍ଦୁଝର ଟାଉନ ଥାନା ଅଞ୍ଚଳରୁ ଚୋରି କରିଥିବା ଗୋଟିଏ ସ୍କୁଟି ଏବଂ ଗୋଟିଏ ବାଇକ୍କୁ ଘଟଗାଁ ବଜାରରେ ମୋବାଇଲ ଦୋକାନ କରିଥିବା ରାଜେଶ କୁମାର ପୃଷ୍ଟି ଓ ସମ୍ବିତ କୁମାର ସାହୁଙ୍କୁ ମାତ୍ର ୧୦ ହଜାର ଟଙ୍କାରେ ବିକ୍ରି କରିଥିଲା।

ପୋଲିସ ଉଭୟ ଗାଡ଼ିକୁ ଜବତ କରିବା ସହ ଦୁଇ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ସେମାନଙ୍କ ବୟାନ ଅନୁସାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ଆହୁରି ଦୁଇଟି ଚୋରା ବାଇକ୍ ଏବଂ ୬ଟି ମୋବାଇଲ ଜବତ କରିଛି ଶିଶିରର ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ଆଜି ପୁଣି ତାକୁ କୋର୍ଟରେ ହାଜର କରାଯାଇଛି। ଅଟକ ଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ କହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.