୧୦ କିମ୍ବା ଆଇଟିଆଇ ପାସ୍‌ କରିଥିଲେ ମିଳିବ ରେଲୱେ ଚାକିରି, ଜାଣନ୍ତୁ କେମିତି କରିବେ ଆବେଦନ

ରେଲୱେରେ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସାଉଥ ରେଲୱେ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଛି। ଯେଉଁଥିରେ ୩୦୦୦ରୁ ଅଧିକ ପୋଷ୍ଟ ଖାଲିପଡିଥିବା ଜଣାପଡିଛି। ଖାଲିପଡିଥିବା ୩୧୫୦ ପଦବୀରେ କ୍ୟାରେଜ ଓ୍ଵାକର୍ସ ପେରମ୍ବୁର ୧୩୪୩, ସେଣ୍ଟ୍ରାଲ ଓ୍ଵାର୍କସପ୍‌ ଗୋଲଡେନ ର‍୍ୟାକ୍‌ ୫୨୭ ପଦବୀ, ସିଗନାଲ ଆଣ୍ଡ ଟେଲିକମ୍ୟୁନିକେସନ ଓ୍ଵାର୍କସପ୍‌ ପୋଡୋନୁର ପାଇଁ ୧୨୮୧ ପଦବୀ ଖାଲି ରହିଛି।

ପଦବୀ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୧ ଅକ୍ଟୋବରରୁ ଆରମ୍ଭ ହୋଇସାରିଛି। ପ୍ରାର୍ଥୀ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌sr.indianrailwyas.gov.in କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ : ୩୧୫୦

କ୍ୟାରେଜ ଓ୍ଵାକର୍ସ ପେରମ୍ବୁର: ୧୩୪୩

ସେଣ୍ଟ୍ରାଲ ଓ୍ଵାର୍କସପ୍‌ ଗୋଲଡେନ ର‍୍ୟାକ୍‌ : ୫୨୭ ପଦବୀ

ସିଗନାଲ ଆଣ୍ଡ ଟେଲିକମ୍ୟୁନିକେସନ ଓ୍ଵାର୍କସପ୍‌ ପୋଡୋନୁର : ୧୨୮୧

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ସମ୍ବନ୍ଧୀୟଟ୍ରେଡସରେ ଆଇଟିଆଇ କରିଥିବା ଜରୁରୀ।

ବୟସସୀମା: ଏହି ପଦବୀ ପାଇଁ ବୟସ ସୀମା ୧୫-୨୪ ବର୍ଷ ନିର୍ଦ୍ଧାରଣ କରାଯାଇଛି।

ଆବେଦନ ଶୁଳ୍କ : ସବୁ ପଦବୀ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରଖାଯାଇଛି। ଅନୁସୂଚିତ ଜାତି, ଜନଜାତି ଏବଂ ମହିଳାବର୍ଗର କୌଣସି ପ୍ରାର୍ଥୀ ଆବେଦନ ଶୁଳ୍କ ଭରିବେ ନାହିଁ।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ପେଜ୍‌ https://iroams.com/କୁ ଯାଆନ୍ତୁ।

ଆପ୍ଲାଏ ପୋର୍ଟାଲ ପେଜକୁ ଯାଆନ୍ତୁ।

ଅଫିସିଆଲ ନୋଟିଫିକେସନ ଭଲ ଭାବେ ପଢନ୍ତୁ।

ପଢିବା ପରେ ଅନଲାଇନ ଲିଙ୍କକୁ ସିଲେକ୍ଟ କରନ୍ତୁ।

ଆବେଦନ ଫର୍ମ ହିସାବରେ ବିବରଣୀ ପ୍ରଦାନ କରନ୍ତୁ।

ଆବେଦନ ଫର୍ମ ସହିତ ସବୁ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।

ସବମିଟ୍‌ କରିବା ପରେ ଫର୍ମର ଏକ କପି ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ :

https://iroams.com/Apprentice22/notifications/CW_PER_ACTAPP_Notification_2022.pdf

Also Read : SSC ଅଧୀନରେ ଖାଲିପଡିଛି ସବ ଇନ୍ସପେକ୍ଟର ସମେତ ୨୦ ହଜାର ପଦବୀ, ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୮

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.