SSC ଅଧୀନରେ ଖାଲିପଡିଛି ସବ ଇନ୍ସପେକ୍ଟର ସମେତ ୨୦ ହଜାର ପଦବୀ, ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୮

କର୍ମଚାରୀ ଚୟନ ଆୟୋଗ (SSC) ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ବିଭାଗରେ ପାଖାପାଖି ୨୦ ହଜାରରୁ ଅଧିକ ପଦବୀ ଖାଲିପଡିଛି। ଏହି ପଦବୀରେ ଆବେଦନ ପାଇଁ ଗ୍ରାଜୁଏଟ୍‌ଙ୍କ ପାଇଁ ରହିଛି। ଯେଉଁମାନେ କମ୍ବାଇଡ ଗ୍ରାଜୁଏଟ୍‌ ଲେବଲ ପରୀକ୍ଷା ୨୦୨୨ ମାଧ୍ୟମରେ ହେବ। ତେଣୁ ଏଥିପାଇଁ ଖୁବଶୀଘ୍ର ଆବେଦନ କରିଦିଅନ୍ତୁ। ଏଥିରେ ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୮, ୨୦୨୨ ରହିଛି।

ଚଳିତବର୍ଷ ଆୟୋଗ ପକ୍ଷରୁ ଟିଅର ୧ ଏବଂ ଟିଅର ୨ ଆଧାରରେ ପ୍ରାର୍ଥୀଙ୍କ ଚୟନ ହେବ। ଟିଅର ୩ ଏବଂ ୪କୁ ଟିଅର ୨ରେ ସଂଯୋଗ କରିଦିଆଯାଇଛି। ଟିଅର ୨ରେ ତିନିଟି ପେପରେ ପରୀକ୍ଷା ହେବ। ଟିଅର ୨ ପେପରେ ଗୋଟେରେ ତିନିଟି ନୂଆ ମଡ୍ୟୁଏ ସାମିଲ ରହିଛି। ପ୍ରାର୍ଥୀ ଟିଅର ୨ ଅଧିନରେ ନୂଆ ପରୀକ୍ଷା ପାର୍ଟନକୁ ଚେକ୍‌ କରିଦିଅନ୍ତୁ।

ଏସଏସଜି ସିଜିଏଲ୍‌ ପରୀକ୍ଷା ମାଧ୍ୟମରେ ଅଲଗା ଅଲଗା ସରକାରୀ ବିଭାଗରେ ଆସିଷ୍ଟାଣ୍ଟ ଅଡିଟ୍‌ ଅଫିସର, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଆସିଷ୍ଟାଣ୍ଟ ଇନ୍ସପେକ୍ଟର, ସବ ଇନ୍ସପେକ୍ଟର ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି ହେବେ।

ପଦବୀ ବିବରଣୀ : ୨୦,୦୦୦

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ କୌଣସି ବିଷୟରେ ସ୍ନାତକ କରିଥିବା ଜରୁରୀ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୨ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। ମହିଳା ପ୍ରାର୍ଥୀ,ଅନୁସୂଚିତ ଜାତି/ ଜନଜାତି, ପିଡବ୍ଲ୍ୟୁବିଡି, ESM ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

କେମିତି କରିବେ ଆବେଦନ :

ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍‌ssc.nic.inକୁ ଯାଆନ୍ତୁ।

ପ୍ରଥମେ ନିଜର ରେଜିଷ୍ଟ୍ରେସନ କରନ୍ତୁ ଏବଂ ହୋମ ପେଜରେ ଆପ୍ଲାଏ ସେକ୍ସନକୁ ଯାଆନ୍ତୁ।

ସିଜିଏଲ୍‌ ପରୀକ୍ଷା ୨୦୨୨ର ଆପ୍ଲିକେସନ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ।

ଏବେ ଯେଉଁ ନୂଆ ପେଜ ଖୋଲିବ, ସେଥିରେ ଆପଣ ସମସ୍ତ ଜରୁରୀ ବିବରଣୀ ଦେବା ପରେ ସବମିଟ୍‌ ବଟନ ଉପରେ କ୍ଲିକ କରନ୍ତୁ।

ଏହାପରେ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ କରି ପରୀକ୍ଷା ପାଇଁ ନିର୍ଦ୍ଧାରିତ ଫିସ୍‌ ଜମା କରନ୍ତୁ।

ପ୍ରାର୍ଥୀ ଏଏସଜି ସିଜିଏଲ୍‌ ଆପ୍ଲିକେସନ ଫର୍ମ ଡାଉନଲୋଡ କରି ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ନୋଟିଫିକେସନ ଭଲଭାବେ ପଢନ୍ତୁ। ନୋଟିଫିକେସନ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.careerpower.in/2022/ssc-cgl-2022-notification.pdf

 

Also Read : କୋଲ ଇଣ୍ଡିଆରେ ମେଡିକାଲ ସ୍ପେଶାଲିଷ୍ଟ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

Leave A Reply

Your email address will not be published.