ବିଶ୍ୱାସରେ ବିଷ: ଜମ୍ମୁ କାଶ୍ମୀର ଜେଲ୍‌ ଡିଜିଙ୍କୁ ହତ୍ୟା କରିଛି ଘରୋଇ ସହାୟକ, ଗିରଫ କଲା ଜମ୍ମୁ କଶ୍ମୀର ପୋଲିସ୍

ଜମ୍ମୁ-କାଶ୍ମୀର: ବିଶ୍ୱାସରେ ବିଷ ଦେଲା ଘରୋଇ ସହାୟକ । ଜେଲ୍‌ ଡିଜିଙ୍କୁ ତଣ୍ଟି କାଟି ହତ୍ୟା କରିଛି । ଜମ୍ମୁ କାଶ୍ମୀର ଜେଲ୍‌ ଡିଜି ହେମନ୍ତ କୁମାର ଲୋହିଆଙ୍କୁ ହତ୍ୟା କରିଛି ଘରୋଇ ସହାୟକ । ତା ନାଁ ୟସିର ଅହମ୍ମଦ । ତାକୁ ଗିରଫ କରିଛି ଜମ୍ମୁ କଶ୍ମୀର ପୋଲିସ । ଅଧିକ ପଚରାଉଚରା କରାଯାଉଛି । କାହିଁକି ଓ କେମିତି ଜେଲ୍‌ ଡିଜିଙ୍କୁ ହତ୍ୟା କଲା ସେନେଇ ଖୋଳତାଡ କରୁଛି ପୋଲିସ୍ ।

ଜମ୍ମୁ ଉପକଣ୍ଠ ଉଦୟିୱାଲା ସ୍ଥିତ ଘରେ ହେମନ୍ତ ଲୋହିଆଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା ଦୁର୍ବୃତ୍ତ । ଶରୀରର ବିଭିନ୍ନ ସ୍ଥାନରେ ବି ରହିଛି ଆଘାତ ଚିହ୍ନ । ହତ୍ୟା ପରେ ମୃତଦେହକୁ ଜାଳି ଦେବାକୁ ଚେଷ୍ଟା କରାଯାଇଥିଲା । ଏହାପରେ ସ୍କାନରକୁ ଆସିଥିଲେ ଘରୋଇ ସହାୟକ ୟସିର ଅହମ୍ମଦ ।

ଘଟଣା ପରଠାରୁ ସେ ଫେରାର ଥିଲା । ୟସିରକୁ ଧରିବା ପାଇଁ ଫଟୋ ଜାରି କରାଯାଇଥିଲା । ଘରୋଇ ସହାୟକ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟାଇବାକୁ ନେଇ ସବୁଠୁ ଚର୍ଚ୍ଚା । କଣ ହୋଇଥାଇପାରେ ହତ୍ୟାର କାରଣ ? କାହିଁକି ଜଘନ୍ୟ ହତ୍ୟା କଲା ୟସିର୍‌ ? ଏସବୁ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.