ୟୁଟ୍ୟୁବ୍‌ରେ 4K ଭିଡିଓ ଦେଖିପାରିବେ ନାହିଁ ଆପଣ! ଏବେ କେବଳ ପ୍ରିମିୟମ୍‌ ୟୁଜରମାନଙ୍କୁ ମିଳିବ ବିକଳ୍ପ

ଯଦି ଆପଣ ୟୁଟ୍ୟୁବ ଭିଡିଓଗୁଡ଼ିକୁ ବଡ଼ ସ୍କ୍ରିନ୍‌ରେ ଦେଖୁଛନ୍ତି, ତା’ ହେଲେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଏବେ ପ୍ଲାଟଫର୍ମରେ 4K ଭିଡିଓ ଦେଖିବାର ବିକଳ୍ପ ସମସ୍ତ ୟୁଜରଙ୍କୁ ମିଳିବ ନାହିଁ। ଏହାକୁ କେବଳ ୟୁଟ୍ୟୁବ ପ୍ରିମିୟମ୍‌ ସବ୍ସକ୍ରାଇବର୍ସ ହିଁ ଦେଖିବାର ସୁଯୋଗ ପାଇବେ। ବାକି ୟୁଜରମାନେ 4K କିମ୍ବା ଏହାଠୁ ଭଲ କ୍ୱାଲିଟିର ଭିଡିଓ ଦେଖିବାରେ ସକ୍ଷମ ହେବେ ନାହିଁ।

ୟୁଟ୍ୟୁବ୍‌ ପ୍ରିମିୟମ୍‌ ସେବା ମାଧ୍ୟମରେ ସବ୍ସକ୍ରାଇବରମାନଙ୍କୁ ଆଡ୍‌-ଫ୍ରି ଭିଡିଓ ଦେଖିବା ଏବଂ ବ୍ଲାକ୍‌ଗ୍ରାଉଣ୍ଡରେ ଭିଡିଓ ପ୍ଲେ କରିବା ଭଳି ବିକଳ୍ପ ମିଳିଥାଏ। ଏହା ବ୍ୟତୀତ ଫ୍ରି ୟୁଟ୍ୟୁବ୍‌ ପ୍ରିମିୟମ୍‌ ମ୍ୟୁଜିକ୍‌ର ଫାଇଦା ମଧ୍ୟ ମିଳିଥାଏ ଏବଂ ସେମାନେ ୟୁଟ୍ୟୁବ୍‌ ଭିଡିଓ ଅଫ୍‌ଲାଇନ ଦେଖିବା ପାଇଁ ଡାଉନଲୋଡ୍‌ ବି କରି ପାରି ଥାଆନ୍ତି।

ପ୍ରିମିୟମ୍‌ ସବ୍ସକ୍ରାଇବର୍ସଙ୍କ ସହ ଚାଲୁଛି ଟେଷ୍ଟିଂ

ଏକ ରିପୋର୍ଟରୁ ସାମ୍ନାକୁ ଆସିଛି ଯେ ୟୁଟ୍ୟୁବ୍‌ 4K ଭିଡିଓ ପ୍ଲେବ୍ୟାକ୍‌ର ଟେଷ୍ଟିଂ ନିଜ ପ୍ରିମିୟମ୍‌ ପ୍ଲାନ ସହିତ କରୁଛି, ଯାହାର ଅର୍ଥ ହେଲା, କେବଳ ପ୍ରିମିୟମ୍‌ ସବ୍ସକ୍ରିପ୍‌ସନ ଆଣୁଥିବା ୟୁଟ୍ୟୁବ୍‌ ୟୁଜରମାନେ 4K (2160p) କିମ୍ବା ଏହାଠୁ ଭଲ ରିଜୋଲ୍ୟୁସନର ଭିଡିଓ ଦେଖିପାରିବେ।

ନନ୍‌-ପ୍ରିମିୟମ୍‌ ୟୁଜରମାନଙ୍କ ପାଇଁ ଲକ୍‌ଡ ହେବ ବିକଳ୍ପ

ଅନଲାଇନ ସେୟାର କରାଯାଇଥିବା ସ୍କ୍ରିନ୍‌ଶର୍ଟସ୍‌ରେ କୁହାଯାଇଛି, ନନ୍‌ ପ୍ରିମିୟମ୍‌ ୟୁଜରମାନଙ୍କୁ 1440p ପର୍ଯ୍ୟନ୍ତ କ୍ୱାଲିଟି ଥିବା ପ୍ଲେବ୍ୟାକ୍‌ ହିଁ ମିଳିବ। ସେମାନଙ୍କୁ ଭିଡିଓ କ୍ୱାଲିଟି ସେକ୍ସନରେ ଦେଖାଯିବ କି, ଭିଡିଓ କେଉଁ ରିଜୋଲ୍ୟୁସନରେ ଉପଲବ୍ଧ ରହିଛି। କିନ୍ତୁ 4K ଏବଂ ଏହା ପରର ବିକଳ୍ପରେ ସେମାନଙ୍କୁ ଲକ୍‌ଡ ହିଁ ଦେଖାଯିବ।

ପୂର୍ବାପେକ୍ଷା ଅଧିକ ବିଜ୍ଞାପନ ଦେଖାଇବ ଭିଡିଓ ପ୍ଲାଟଫର୍ମ

ୟୁଟ୍ୟୁବ୍‌ ଚାହୁଁଛି, ଅଧିକରୁ ଅଧିକ ୟୁଜର୍ସ ଏହାର ପ୍ରିମିୟମ୍‌ ସବ୍ସକ୍ରିପ୍‌ସନ ନିଅନ୍ତୁ। ତେଣୁ ଏହି କାରଣରୁ ବିଗତ ଦିନରେ ୧୨ ସ୍କିପେବଲ ଆଡ୍‌ସ ଦେଖାଯିବାର କଥା ସାମ୍ନାକୁ ଆସିଥିଲା, ଯାହାର ଟେଷ୍ଟିଂ କମ୍ପାନୀ କରୁଛି। ଏମିତି ଆଡ୍‌ଗୁଡ଼ିକୁ ବମ୍ପର ଆଡ୍‌ସ କୁହାଯାଏ, ଯାହାକୁ ୬ ସେକେଣ୍ଡସ୍‌ ପାଇଁ ହିଁ ଦେଖାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.