ଏହି ମଡେଲଙ୍କୁ ଦେଖି ରଣବୀର ସିଂ ବି କାବା! ଯିଏ ଝିଅଙ୍କ ପରି ସଜେଇ ହେବାକୁ ଖୁବ୍ ଭଲପାଆନ୍ତି

କେନ୍ୟୁଜ୍‌ ବ୍ୟୁରୋ: ଯେବେବି ଅଜବ ଗଜବ ଫ୍ୟାସନର କଥା ପଡେ ସେତେବେଳେ ରଣବୀର ସିଂହଙ୍କ କଥା ନଜରକୁ ଆସେ। କିନ୍ତୁ ଏବେ ଏମିତି ଏକ ଆକ୍ଟର ସାମ୍ନାକୁ ଆସିଛନ୍ତି ଯିଏ ରଣବୀରଙ୍କୁ ପଛରେ ପକାଇଦେବେ। ଯାହାଙ୍କ ନା ସାହିଲ ସଲାଥିଆ(Sahil Salathia) । କିଛି ଦିନ ପୂର୍ବରୁ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ପ୍ରଥମେ ସେ ‘ପାନିପଥ’ ଫିଲ୍ମରେ ଅଭିନୟ କରିବା ପରେ ୱେବ୍‌ ସିରିଜ୍‌ ‘ପୌରୁଷପୁର’ ରେ ପ୍ରଶଂସା ସାଉଁଟିଛନ୍ତି। କିନ୍ତୁ ଏହା ଛଡ଼ା ସେ ନିଜର ଅଜବ ପ୍ରକାରର ଫ୍ୟାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ସାହିଲ  ନିଜର ଫ୍ଯାସନ୍‌ ପାଇଁ ରଣବୀରଙ୍କ ଠାରୁ ବି ଅଧିକ ଚର୍ଚ୍ଚାରେ ଥାଆନ୍ତି।

ସାହିଲ ସଲାଥିଆ ଜଣେ ଉଦୀୟମାନ କଳାକାର । ସେ ତାଙ୍କର ଅଭିନୟ ଅପେକ୍ଷା ଅଜବ ରକମର ଫ୍ଯାସନ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କେହି କେହି ତ କୁହନ୍ତି, ୟେ ହେଉଛନ୍ତି ରଣବୀର ସିଂଙ୍କ ଗୁରୁ। ତାଙ୍କର ଆଉଟଫିଟ୍‌ ଏମିତି ଥାଏ କି ଖୋଦ୍‌ ରଣବୀର ଦେଖିଲେ ଲାଜେଇ ଯିବେ। ସାହିଲ ସଲାଥିଆ ପ୍ରାୟ ସବୁବେଳେ ସ୍କର୍ଟ ପିନ୍ଧି ଫଟୋ ସୁଟ୍‌ କରିଥାଆନ୍ତି। କେବଳ ଏତିକି ନୁହେଁ ଅନେକ ସମୟରେ ସେ ମହିଳାଙ୍କ ଅଳଙ୍କାର ପିନ୍ଧି ଫଟୋ ଉଠାଇବାରେ ମଧ୍ୟ ନଜର ଆସିଛନ୍ତି। ତାଙ୍କର ଏହି ଅଜବ ଧରଣର ଫଟୋସୁଟ୍‌ ପାଇଁ ସେ ଚର୍ଚ୍ଚାରେ ଥାଆନ୍ତି।

ସାହିଲ ଜଣେ ଆକ୍ଟର ହେବା ସହିତ ଜଣେ ମଡେଲ ମଧ୍ୟ। ନିଜର ଲୁକ୍‌ ସହିତ ସେ ସବୁବେଳେ ଏକ୍ସପେରିମେଣ୍ଟ କରିଥାଆନ୍ତି। ତାଙ୍କ ଫଟୋ ମଧ୍ୟ ବହୁତ ସୁନ୍ଦର ହୋଇଥାଏ। ଅଜବ ଗଜବର ଫ୍ଯାସନ୍‌ କଥା କହିଲେ ପ୍ରଥମେ ରଣବୀର ସିଂ ଙ୍କ କଥା ମନକୁ ଆସେ। କିନ୍ତୁ ସାହିଲ ସଲାଥିଆଙ୍କ ଇନ୍‌ଷ୍ଟାଗ୍ରାମ ଉପରେ ନଜର ପକାଇଲେ ଜାଣିପାରିବେ କି ଇଏ  ରଣବୀରଙ୍କ ସହିତ କଡ଼ା ଟକ୍କର ଦେଉଛନ୍ତି।
ସାହିଲ ସଲାଥିଆଙ୍କୁ ‘ବିଗ ବସ୍‌ ’ରେ ମଧ୍ୟ ସୁଯୋଗ ମିଳିଥିଲା, କିନ୍ତୁ ସେ ‘ଶୋ’ରେ ଭାଗ ନେଇନଥିଲେ । ସାହିଲ ‘ପାନିପଥ’ ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ ଏବଂ ସେ ଫିଲ୍ମରେ ଶମ୍‌ଶେର ବାହାଦୁର ଚରିତ୍ରରେ ଅଭିନୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.