ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍‌ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ

ଭୁବନେଶ୍ୱର(କେନ୍ୟୁଜ୍): ଭିଜିଲାନ୍ସ ରିମାଣ୍ଡରେ କ୍ରିପ୍‌ଟୋ କୁବେର ଅଫିସର ନିହାର ରଞ୍ଜନ ଦାସ । ତାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ । ରିମାଣ୍ଡ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କ୍ରିପଟୋ କରେନ୍ସୀରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରା ପଡ଼ିବା ପରେ ଗିରଫ ହୋଇଥିଲେ ନିହାର ରଞ୍ଜନ ଦାସ । ଜାମିନ ଆବେଦନ ଖାରଜ ପରେ ଆସନ୍ତା ୧୦ ତାରିଖ ଯାଏ ତାଙ୍କୁ ଝାଡପଡା ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ନିହାର ରଞ୍ଜନ ଦାସ କ୍ରିପ୍‌ଟୋ କରେନ୍‌ସିରେ ନିବେଶ କରିଛନ୍ତି କୋଟିଏରୁ ଅଧିକ ଟଙ୍କା । ୩୮ଟି ଓ୍ଵାଲେଟରୁ ଏହି ଟଙ୍କା ମିଳିଛି ।

ଅଧିକ ଖୋଳତାଡ ପାଇଁ କ୍ରିପଟୋ ଏକ୍ସପର୍ଟଙ୍କ ସହାୟତା ନିଆଯାଉଛି । କ୍ରିପ୍‌ଟୋ କରେନ୍‌ସି ସହ ଭିଜିଲାନ୍‌ସ ତାଙ୍କର ୩ କୋଟି ୯୬ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠାବ ହୋଇଛି । ଯାହା ତାଙ୍କ ଆୟ ଠାରୁ ୨୭୫ ପ୍ରତିଶତ ଅଧିକ । କେବଳ ସମ୍ବଲପୁରରେ ରହିଛି ୮ଟି ପ୍ଲଟ । କେବଳ କ୍ରିପ୍‌ଟୋ ଇନଭେଷ୍ଟମେଣ୍ଟ ନୁହେଁ, ଅନ୍ୟ ଲିକ୍ୟୁଡିଟି ବିନିଯୋଗ ପ୍ଲାଟଫର୍ମରେ ମଧ୍ୟ ଟଙ୍କା ଲଗାଇଛନ୍ତି ନିହାର । ତାଙ୍କୁ ରିମାଣ୍ଡରେ ଆଣି ଏସବୁ ଦିଗରେ ପଚରାଉଚରା କରୁଛି ଭିଜିଲାନ୍‌ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.