କାମ ସାରି ଘରକୁ ଫେରୁଥିଲେ ମହିଳା ଶ୍ରମିକ, ନିଜ ପିଲାଙ୍କ ମୁହଁ ଦେଖିବା ଆଗରୁ ବାଟ ଜଗିଦେଲା ଯମ: ୭ ମୃତ

କର୍ଣ୍ଣାଟକ ବିଦରରେ ଭୀଷଣ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଟ୍ରକ୍‌ ଏବଂ ଅଟୋ ରିକ୍ସା ମୁହାଁମୁହିଁ ଧକ୍କା ହେବା ପରେ ଏଭଳି ଦୁର୍ଘଟଣା ଘଟିଛି।

ତେବେ ଖବର ମୁତାବକ, ମହିଳାମାନେ କର୍ଣ୍ଣାଟକର ବିଦର ସ୍ଥିତ ଏକ ଗାଁରେ ବିଳମ୍ବିତ ରାତିରେ ଅଟୋ ରିକ୍ସାରେ ବସି ଘରକୁ ଫେରୁଥିଲେ। ମହିଳାମାନେ ଶ୍ରମିକ ଭାବେ କାମ କରୁଥିଲେ। ଦିନଯାକ କାମ କରିବା ପରେ ନିଜ ନିଜ ଘରକୁ ଫେରୁଥିଲେ। ଘଟଣାଟି ବିଦରର ବେମାଲାଖେଡା ସରକାରୀ ସ୍କୁଲ ପାଖରେ ଘଟିଛି।

ସ୍ଥାନୀୟ ପୋଲିସ କହିବାନୁସାରେ, ବିଳମ୍ବିତ ରାତିରେ ମହିଳାମାନେ କାମ କରି ଅଟୋ ରିକ୍ସାରେ ଘରକୁ ଫେରୁଥିଲେ। ତେବେ ବେମାଲାଖେଡା ସରକାରୀ ସ୍କୁଲ ନିକଟରେ ଅନିୟନ୍ତ୍ରିତ ହୋଇ ଏକ ଟ୍ରକ ଅଟୋ ସହିତ ଧକ୍କା ହୋଇଥିଲା। ଟକ୍କର ଏତେ ଭୟଙ୍କର ଥିଲା ଯେ, ଅଟୋର ଉପର ଉଡିଯାଇଥିଲା। ଅଟୋରେ ୭ ଜଣ ମହିଳା ଥିଲେ, ଘଟଣାରେ ସମସ୍ତ ମୃତ୍ୟୁ ହୋଇଛି। ତେବେ ଦୁଇ ବାହନର ଚାଳକ ସମେତ ୧୧ ଜଣ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଏହି ଘଟଣାରେ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.