ରେଢାଖୋଲ(କେନ୍ୟୁଜ୍): ଆଜି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବଲାସିଙ୍ଗା ଗ୍ରାମର ଯୁବ ବୈଜ୍ଞାନିକ ଶେଷ କିସାନ ସରକାରୀ ନିୟମ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ଜୟଶ୍ରୀ ଜେନାଙ୍କୁ ରେଢାଖୋଲ କୋର୍ଟରେ ବିବାହ କରିଛନ୍ତି।ଏହା ସହିତ ଆସନ୍ତା ୨୨ ତାରିଖରେ ବୈଦିକ ରୀତିନୀତି ଅନୁସାରେ ରେଢାଖୋଲର ଏକ କଲ୍ୟାଣ ମଣ୍ଡପରେ ବାହାଘର ହେବ ବୋଲି ଶେଷ କିସାନ କହିଛନ୍ତି । କୋର୍ଟରେ ବିବାହ କରିଥିବା ସମୟରେ ଆଡଭୋକେଟ ପରିକ୍ଷିତ ଦାଶ,ରେଢାଖୋଲ ତହସିଲଦାର ଦେବାଶିଷ ପାତ୍ରଙ୍କ ସମେତ ଉଭୟ ପକ୍ଷର ସମ୍ପର୍କୀୟ ମାନେ ଉପସ୍ଥିତ ରହିଥିଲେ।