ଶନିବାର ଦିନ କରନ୍ତୁ ଏହି ଗୋଟିଏ ଗଛର ପୂଜା, ଶନି ଦୋଷ ସହିତ ଅର୍ଥ ଅସୁବିଧାରୁ ମିଳିବ ମୁକ୍ତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏମିତି ଗଛ ରହିଛି ଯାହାକୁ ପୂଜା କରିବା ଦ୍ୱାରା ବହୁ ଗ୍ରହଙ୍କ ସ୍ଥିତି ମଜବୁତ ହୋଇଯାଏ । ଏହାଦ୍ୱାରା ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି ଓ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏଥି ମଧ୍ୟରୁ ଗୋଟିଏ ହେଉଛି ଶମୀ ଗଛ । ଏହି ଗଛକୁ ଶନିଦେବଙ୍କ ଗଛ ବୋଲି କୁହାଯାଇଥାଏ । କୁହାଯାଏ ଭଗବାନ ଶିବଙ୍କୁ ଶମୀ ଚଢ଼ାଇବାଯେ ସେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଏଥିସହ ଏହି ଗଛକୁ ପୂଜା କଲେ କୁଣ୍ଡଳୀରେ ସବୁ ଗ୍ରହ ନକ୍ଷତ୍ର ମଜବୁତ ହୋଇଥାନ୍ତି । ଜାଣନ୍ତୁ ଶନିବାର ଦିନ ଶନିଙ୍କ କେଉଁ ଉପାୟ କରିଲେ ଶୁଭ ହେବ ।

ଉପାୟ :

୧.  ପ୍ରତିଦିନ ଏହି ବୃକ୍ଷ ମୂଳରେ ଜଳ ଚଢ଼ାନ୍ତୁ, ଶନି ଦେବଙ୍କ କୃପା ମିଳିବ ।

୨.  ଶନିବାର ଦିନ ଘରର ଦକ୍ଷିଣ ଦିଗରେ ଏହି ଗଛ ରଖନ୍ତୁ । ଯଦି ସୁବିଧା ନାହିଁ ତେବେ ପୂର୍ବ ବା ଉତ୍ତର ଦିଗରେ ରଖି ପାରିବେ । ମହାଦେବଙ୍କୁ ଶମି ଚଢ଼ାଇଲେ ପ୍ରସନ୍ନ ହୋଇଥାନ୍ତି ।

୩.  ଧନ ଲାଭ ପାଇଁ : ଶନିବାର ଦିନ ଶମୀ ଗଛ ଲଗାନ୍ତୁ । ଏହାକୁ ମୁଖ୍ୟ ଦ୍ୱାରର ଡାହାଣ ପଟରେ ଲଗାଇ ପାରିବେ । ଏମିତି କଲେ ଧନ ଲାଭ ହେବ ।

୪.  ଶନିଦେବଙ୍କ ସହ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଶମୀ ଗଛ ମୂଳରେ ସୋରିଶ ତେଲ ଦୀପ ଜଳାନ୍ତୁ ।

୫.  ଅଯଥା ଖର୍ଚ୍ଚରୁ ରକ୍ଷା ପାଇବା ପାଇଁ ଶନିବାର ଦିନ ସକାଳେ ଉଠି ସ୍ନାନ ସାରି ଶମୀ ଗଛ ମୂଳରେ ଏକ ପଇସା ଓ ଗୁଆ ଚଢ଼ାନ୍ତୁ ।

୬. କରଜରୁ ରକ୍ଷା ପାଇବା ପାଇଁ ଶମୀ ଗଛ ମୂଳରେ ବିରି ଡାଲି ଚଢ଼ାନ୍ତୁ । ଏମିତି କରିବା ଦ୍ୱାରା କରଜରୁ ମୁକ୍ତି ମିଳିବା ସହ ଶନିଙ୍କ ସାଢ଼େ ସାତି ଓ ଦେଢ଼୍ୟାରୁ ମୁକ୍ତି ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.