୨୪ ଘଣ୍ଟା ପରେ ସ୍ୱଭାବିକ ହେଲା ଟ୍ରେନ୍‌ ଚଳାଚଳ, ୫ ଦିନ ଯାଏ କୋରେଇ ଷ୍ଟେସନରେ ରହିବନି କୌଣସି ଟ୍ରେନ୍‌

ଯାଜପୁର ରୋଡ୍(କେନ୍ୟୁଜ୍): କୋରେଇ ଷ୍ଚେସନ ଦେଇ ସ୍ୱାଭାବିକ ହେଲା ଟ୍ରେନ୍‌ ଚଳାଚଳ । ୨୪ ଘଣ୍ଟା ପରେ ଟ୍ରେନ୍‌ ଯାଆସ ଆରମ୍ଭ ହୋଇଛି । ଉଭୟ ଅପ୍‌ ଓ ଡାଉନ୍‌ ଲାଇନ୍‌ରେ ଚଳାଚଳ କରୁଛି ଟ୍ରେନ୍‌ । ଆଗାମୀ ୫ ଦିନ ଯାଏ କୋରେଇ ଷ୍ଟେସନରେ କୌଣସି ଟ୍ରେନ୍‌ ରହିବ ନାହିଁ । ଏହି ରୁଟ୍‌ ଦେଇ ଚଳାଚଳା କରୁଥିବା ଯାଜପୁର-କେନ୍ଦୁଝର ରୋଡ୍‌, କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ୍‌, କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ୍‌ ଓ ଭୁବନେଶ୍ୱର-ବାଲେଶ୍ୱର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ୍‌ କୋରେଇ ଷ୍ଟେସନରେ ରହିବ ନାହିଁ । ଷ୍ଟେସନ୍‌ ଦେଇ ଗତି କରିବା ବେଳେ ଟ୍ରେନ୍‌ ବେଗରେ ଲାଗିଛି କଟକଣା । ଅନ୍ୟପଟେ ଦୁର୍ଘଟଣା ପରେ କୋରେଇ ଷ୍ଟେସନରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ ।

ସୂଚନା ଥାଉକି, ଗତକାଲି ମାଲବାହୀ ଗାଡ଼ି ଓଲଟିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହାଫଳରେ ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନ ରୁଟ୍‌ ଦେଇ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ରୁଟ୍‌ ଦେଇ ଯିବାକୁ ଥିବା ୮ଟି ଟ୍ରେନ୍‌କୁ ବାତିଲ କରାଯାଇଥିଲା। ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବା  ସହିତ ୫ଟି ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଥିଲା। ଏନେଇ ପୂର୍ବତଟ ରେଲୱେ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଥିଲେ।

ଏହାସହ  କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବା ପରେ ରେଷ୍ଟୋରେସନ୍ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବା ସହିତ ସମ୍ବଲପୁର ରୁଟ୍ ଦେଇ ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଇଥିବା ନେଇ ପୂର୍ବତଟ ରେଲୱେ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.