ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଉପକଣ୍ଠରେ ବିଭତ୍ସ ହତ୍ୟାକାଣ୍ଡ। ଚନ୍ଦକା ଥାନା ପାଇକପୁର ପାହାଡ଼ ପାଖରେ ଜଣେ ବ୍ଯକ୍ତିଙ୍କୁ ହତ୍ୟା। ପାହାଡ଼ ତଳେ ପଡିଛି ମୃତଦେହ। ମୁହଁକୁ ପଥରରେ ଛେଚି ଥିବା ସନ୍ଦେହ କରାଯାଉଛି। ମୃତ ବ୍ୟକ୍ତି ଜଣକ ହେଲେ ବଂଶୀଧର। ସେ ହାଇସ୍କୁଲର ପିଅନ ବୋଲି ଜଣା ପଡିଛି। ଖବର ପାଇ ଘଟଣାସ୍ଥଳରେ ଚନ୍ଦକା ଥାନା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି ।