କଟକ(କେନ୍ୟୁଜ୍):ପହଁରା ଶିଖିବା ହେଲା କାଳ । ମହାନଦୀରେ ପହଁରା ଶିଖିବାବେଳେ ବୁଡି ଯାଇ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କଟକ ପୀର ବଜାର ଅଞ୍ଚଳର ସୋହେଲ ଖାନ୍ । ସେ ସାଲେପୁର କଲେଜର ଯୁକ୍ତ ଦୁଇ ଛାତ୍ର । ୨୦ରୁ ଅଧିକ ଯୁବକ ଯୁତୀ ପହଁରା ଶିଖୁଥିବାବେଳେ ସୋହେଲ ବୁଡିଯାଇଥିଲେ ।
ଅଗ୍ନିଶମବାହିନୀ ଖୋଜାଖୋଜି କରି ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପହଁରା ଶିଖାଉଥିବା ଟ୍ରେନରଙ୍କୁ ଅଟକ ରଖିଛି ଜଗତପୁର ପୋଲିସ । ସୁରକ୍ଷା ନେଇ କଣ ବ୍ୟବସ୍ଥା ଥିଲା ସେନେଇ ପଚରାଉଚରା କରାଯାଉଛି।