ଆଜି ଅନୁଷ୍ଠିତ ହେବାକୁ ଯାଉଛି କିଟ୍‌ ନହ୍ନିପରୀ ବିଂଶତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ, ବିଭିନ୍ନ ପର୍ଯ୍ୟାୟରେ ଚାଲିଛି ପ୍ରତିଯୋଗିତା 

କେନ୍ୟୁଜ୍(ବ୍ୟୁରୋ): ଆଜି କିଟ୍‌ ନହ୍ନିପରୀ ଗ୍ରାଣ୍ଡ ଫିନାଲେ । କିଟ୍‌ ନହ୍ନିପରୀ ବିଂଶତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଆଜି ଅନୁଷ୍ଠିତ ହେବାକୁ ଯାଉଛି । କିଟ୍‌ ପରିସରରେ ମଙ୍ଗଳବାରଠାରୁ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗିତା ଚାଲିଛି । କରୋନା ଯୋଗୁଁ ଦୁଇବର୍ଷ ଧରି ବନ୍ଦ ଥିବା ଏହି ପ୍ରତିଯୋଗିତା ପୁନର୍ବାର ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରତିେଯୋଗୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।

୧୫ ରୁ ୧୭ବର୍ଷ ବୟସର ବାଳିକା ଏହି ଅଡିସନ୍‌ରେ ଅଂଶଗ୍ରହଣ କରିଛନ୍ତି । ଗତକାଲି ସେମିଫାଇନାଲ୍‌ ସଂଧ୍ୟାରେ କିଟ୍‌ ନହ୍ନିପରୀ ମୁଖ୍ୟ ପୃଷ୍ଠପୋଷକ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । କିଟ୍‌ ନହ୍ନିପରୀ ବିଜେତାମାନଙ୍କ ପାଇଁ ମୋଟ ୪୧ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଛି । ନହ୍ନିପରୀ ଟାଇଟଲ୍‌ ବିଜେତାଙ୍କୁ ନଗଦ ୩ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଆକାରରେ ପ୍ରଦାନ କରାଯିବାକୁ ଥିବା ବେଳେ ସେ କିଟ୍‌ରେ ପାଠ ପଢ଼ିଲେ ତାଙ୍କର ଶହେ ପ୍ରତିଶତ ଫି’ ଛାଡ଼ ଅର୍ଥାତ ସର୍ବାଧିକ ୧୮ଲକ୍ଷ ଟଙ୍କା ଯାଏ ଫି ଛାଡ଼ ହେବ ।

ପ୍ରଥମ ରନର୍ସ ଅପ୍‌ସଙ୍କୁ ନଗଦ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ଏବଂ ସେ କିଟ୍‌ରେ ପାଠ ପଢିଲେ ସର୍ବାଧିକ ୯ଲକ୍ଷ ଟଙ୍କା ଯାଏ ଫି’ ଛାଡ଼ କରାଯିବ। ଦ୍ୱିତୀୟ ରନର୍ସ ଅପ୍‌ ପାଇଁ ୫୦ ହଜାର ଟଙ୍କା ନଗଦ ଅର୍ଥରାଶି ସହ ସର୍ବାଧିକ ୯ଲକ୍ଷ ଟଙ୍କା ଯାଏ ପୁରସ୍କାର ପ୍ରଦାନ କରାଯିବ । ଚଳିତବର୍ଷ ନହ୍ନିପରୀର ସ୍ୱତନ୍ତ୍ର ଆକର୍ଷଣ ରହିଛି କୋରିଆର ଗ୍ଲୋରିଆ କୋରିଆନ୍‌ ଡ୍ୟାନ୍ସ ଗ୍ରୁପ୍‌ ଓ ସିରିଆ ମ୍ୟୁଜିକ୍‌ ଆଫ୍ରୋ ଡ୍ୟାନ୍‌, ସିନାଲିଜ୍‌ ଓ ଏମ୍‌ ଜୋନ ଡ୍ୟାନ୍ସ ଷ୍ଟୁଡିଓ ଦ୍ୱାରା ନୃତ୍ୟ ପରିବେଷଣ ।

ସେହିପରି ଚଳିତବର୍ଷ ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ ୨୦୨୦ ମୋନସା ବାରନାସି, ଫେମିନା ମିସ୍‌ ଇଣ୍ଡିଆ ରନର୍ସ ଅପ୍‌ ୨୦୨୦ ମାନ୍ୟା ସିଂହ, ମିସ୍‌ ଦିବା ସୁପ୍ରା ନ୍ୟାସନାଲ୍‌ ଇଣ୍ଡିଆ ପ୍ରଜ୍ଞା ଆୟାଗରି, ଇଣ୍ଟରନ୍ୟାସନାଲ ହ୍ୟୁମାନିଟି ଜେନେରାଲର ଗଭର୍ଣ୍ଣର ଚି ୟୁକେ ଚଙ୍ଗ, କୋରିଆ-ଭାରତ ସାଂସ୍କୃତିକ ବିନିମୟ ସଂଘର ସଭାପତି ଅଧ୍ୟକ୍ଷା ନାମ୍‌-ସୁକ୍‌ ୟଙ୍ଗ, ସିଓଲ ସ୍ଥିତ ମୋନାରେଟେକ୍‌ କମ୍ପାନୀର ଅଧ୍ୟକ୍ଷ ଜେ ଆର ଜୋସେଫ ଚୋ, ଅଲିମ୍ପିଆନ୍‌ ଦୂତି ଚାନ୍ଦ, ସିନେ ଅଭିନେତ୍ରୀ ଅର୍ଚ୍ଚତା ସାହୁ ଓ ଫେସନ ଡିଜାଇନର ସାନଲିସା ପଟେଲ ପ୍ରମୁଖ ଅତିଥି ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.