ଏଣିକି ଦେଶର ଯେଉଁ ସ୍ଥାନରେ ଥିଲେ ବି ଦେଇପାରିବେ ଭୋଟ୍‌ : ନିର୍ବାଚନ ଆୟୋଗଙ୍କ ବଡ ଘୋଷଣା

ନୂଆଦିଲ୍ଲୀ : ଭୋଟରଙ୍କ ପାଇଁ ନିର୍ବାଚନ ଆୟୋଗଙ୍କ ବଡ ଘୋଷଣା। ଏଣିକି ଦେଶର ଯେଉଁ ସ୍ଥାନରେ ଥିଲେ ବି ଭୋଟ୍‌ ଦେଇପାରିବେ ଭୋଟର। ବର୍ତ୍ତମାନ ନିର୍ବାଚନ ସମୟରେ ଘରରୁ ଦୂରରେ ଥିବା ଭୋଟର୍ ଯଦି ଭୋଟ୍ ଦେବାକୁ ଚାହିଁବେ, ତେବେ ସେମାନଙ୍କୁ ଆଉ ନିଜ ବୁଥ୍‌କୁ ଆଉ ଆସିବାକୁ ପଡ଼ିବ ନାହିଁ। ଦେଶର ଯେଉଁ ସ୍ଥାନରେ ଥିଲେ ବି, ସେଠାରେ ରହି ନିଜ ନିର୍ବାଚନ ମଣ୍ଡଳୀର ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇପାରିବେ।

ଏଥିପାଇଁ ନିର୍ବାଚନ ଆୟୋଗ ରିମୋଟ ଭୋଟିଂ ଇଭିଏମ୍ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାକୁ ମଲ୍ଟି କନ୍‌ଷ୍ଟିଚୁଏନ୍ସି ରିମୋଟ୍‌ ଇଲେକଟ୍ରୋନିକ୍‌ ଭୋଟିଂ ମେସିନ ବା RVM କୁହାଯାଉଛି। ଏହି ନୂଆ ପ୍ରକାର ଭୋଟିଂ ମେସିନ ଜରିଆରେ ଏକା ସାଙ୍ଗରେ ଏକାଧିକ ନିର୍ବାଚନମଣ୍ଡଳୀର ଭୋଟିଂ ହୋଇପାରିବ। ଗୋଟିଏ ରିମୋଟ୍‌ ପୋଲିଂ ବୁଥ୍ ଜରିଆରେ ଏହା ସମ୍ଭବ ହୋଇପାରିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଏହା ଉପରେ ଆଲୋଚନା କରିବାକୁ ନିର୍ବାଚନ କମିଶନ ଆସନ୍ତା ଜାନୁଆରୀ ୧୬ ତାରିଖରେ ସବୁ ରାଜନୈତିକ ଦଳ ଗୁଡ଼ିକର ଏକ ବୈଠକ ଡାକିଛନ୍ତି ।

ସମସ୍ତ ଦଳ ଏବଂ ହିତାଧିକାରୀଙ୍କ ମତାମତ ଏବଂ ପ୍ରୋଟୋଟାଇପ୍ ପ୍ରଦର୍ଶନ ଉପରେ ଆଧାର କରି ନିର୍ବାଚନ ଆୟୋଗ ଭୋଟିଂ ମେସିନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଜାରି ରଖିବ। ନୂଆ RVM କେମିତି କାମ କରୁଛି, ତାହା ଉପରେ ଆଇନଗତ, ପ୍ରଶାସନିକ ଏବଂ ବୈଷୟିକ ଓ ରାଜନୈତିକ ଦଳ ଗୁଡ଼ିକୁ ପ୍ରଦର୍ଶନ କରାଯିବ। ସେମାନଙ୍କର ମତାମତ ଗ୍ରହଣ କରାଯିବ। ଏହାପରେ ଏହି ନୂଆ ପ୍ରକାର RVMକୁ ନିର୍ବାଚନରେ ବ୍ୟବହାର କରାଯିବ କି ନାହିଁ, ତାହା ନିଷ୍ପତ୍ତି ନିଆଯିବ ବୋଲି ବୋଲି ନିର୍ବାଚନ କମିଶନ କହିଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ୬୪.୪% ମତଦାନ ହୋଇଥିବା ନିର୍ବାଚନ ଆୟୋଗ ବିବୃତ୍ତିରେ କହିଛନ୍ତି। ୩ କୋଟିରୁ ଅଧିକ ଭୋଟର ଭୋଟ୍ ଦେଇ ନାହାଁନ୍ତି। ନିର୍ବାଚନ ଆୟୋଗ ଏହା ଉପରେ ଉଦ୍ବେଗ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.