Below header

ବିବାହିତା ସାବତ ଝିଅକୁ ବାରମ୍ବାର ଦୁଷ୍କର୍ମ କରୁଥିଲା ବାପା; କ୍ରୋଧିତ ଝିଅ ସ୍ୱାମୀ ସହ ମିଶି ବାପାକୁ କରିଦେଲା ହତ୍ୟା

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ବାପା ନିଜ ସାବତ ଝିଅକୁ ବାରମ୍ବାର ଦୁଷ୍କର୍ମ କରି ହତ୍ୟାର ଶିକାର ହୋଇଛି। କ୍ରୋଧିତ ଝିଅ ନିଜ ସ୍ୱାମୀ ସହ ମିଶି ସାବତ ବାପାକୁ ହତ୍ୟା କରିଛି। ସୂଚନା ମୁତାବକ, ଲକ୍ଷ୍ନୌର ଦୁବଗା ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କର ବିବାହ ସରିଯାଇଥିଲା। ଏହାସତ୍ତ୍ୱେ ତାଙ୍କ ସାବତ ବାପା ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ।

ସାବତ ବାପାର ଏଭଳି କୁକର୍ମରେ ଯେତେବେଳେ ଯୁବତୀ ଜଣକ ଚିନ୍ତିତ ହୋଇପଡ଼ିଥିଲେ, ତ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଦିନେ ଯୁବତୀ ସୁଯୋଗ ଉଣ୍ଡି ସାବତ ବାପାର ଚା’ରେ ନିଶା ଔଷଧ ମିଶାଇ ଦେଇଥିଲେ। ଆଉ ଏହାକୁ ବାପାଙ୍କୁ ପିଇବାକୁ ଦେଇଥିଲେ।

ନିଶା ସେବନ ପରେ ଯେତେବେଳେ ବାପା ବେହୋସ୍‌ ହୋଇପଡ଼ିଥିଲେ, ତ ଯୁବତୀ ନାଏଲନ୍‌ ରଶିରେ ତାଙ୍କ ଗଳା ଚିପି ଦେଇଥିଲେ। ଏହି ହତ୍ୟାକାଣ୍ଡରେ ଯୁବତୀଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ସହାୟତା କରିଥିଲେ। ହତ୍ୟା ପରେ ଯୁବତୀ ସ୍ୱାମୀ ସହ ମିଶି ବାପାଙ୍କ ଶବକୁ ପୋତି ଦେଇଥିଲେ। ପୋଲିସକୁ ଯେତେବେଳେ ଏକ ଶୂନ୍‌ଶାନ ଜାଗାରୁ ମୃତକଙ୍କ ଶବ ମିଳିଥିଲା, ତ ମାମଲାର ଖୁଲାସା ହୋଇଥିଲା। ତଦନ୍ତ କରାଯିବା ପରେ ଜଣାପଡ଼ିଥିଲା କି, ମୃତ ବ୍ୟକ୍ତି ହେଉଛନ୍ତି ଫୈୟାଜ। ପୋଲିସ ମାମଲାକୁ ନେଇ ପରିବାର ଲୋକଙ୍କୁ ପଚରାଉଚରା କରିବାରୁ ଝିଅର ବୟାନ ଉପରେ ସନ୍ଦେହ ଉପୁଜିଥିଲା।

ପଚରାଉଚରା କରାଯିବା ପରେ ଯୁବତୀ ଏବଂ ତାଙ୍କ ସ୍ୱାମୀ ଦୋଷ ସ୍ୱୀକାର କରିଥିଲେ। ଯୁବତୀ କହିଥିଲେ ଯେ ସେ ବାପାଙ୍କ କୁକର୍ମକୁ ନେଇ ଚିନ୍ତିତ ଥିଲେ, ଯେଉଁଥିପାଇଁ ସେ ତାଙ୍କୁ ହତ୍ୟା କରିଛନ୍ତି। ପୋଲିସ କହିଛି, ଦୁଇ ଅଭିଯୁକ୍ତ ପ୍ରଥମେ ମୃତଦେହକୁ ଇ-ରିକ୍ସାରେ ନେଇଥିଲେ। ପରେ ଶୂନ୍‌ଶାନ ଜାଗା ଦେଖି ମୃତଦେହକୁ ପୋତି ଦେଇଥିଲେ। ବର୍ତ୍ତମାନ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.