ସିନାପାଲିରେ ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲା: ଦୁଇ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନୂ୍ଆପଡ଼ା(କେନ୍ୟୁଜ୍): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କାନ୍ଦୁଲକୋନା ଗାଁରେ ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଆଜି ଏନେଇ ଦଣ୍ଡାଦେଶ ଶୁଣାଇଛନ୍ତି ନୂଆପଡା ଜିଲ୍ଲା ଦୌରାଜଜ ଓ ଦେୱାନୀ ଜମ୍ ସଂଗ୍ରାମ କେଶରୀ ପଟ୍ଟନାୟକ। ଗତ ୨୦୨୧ ଅଗଷ୍ଟ ୧୦ ତାରିଖରେ କାନ୍ଦୁଲକୋନାର ଜଣେ ବିବାହିତ ମହିଳା ଗାଁ ନିକଟ ପୋଖରୀକୁ ଏକାକୀ ଗାଧୋଇବାକୁ ଯାଇଥିବା ବେଳେ ବିଶ୍ବବିହାରିସିଂ ମାଝି ଓ ବରୁଣ ମାଝି ଗଣବଳାତ୍କାର କରିଥିଲେ ।

 

ଏନେଇ ପିଡିତା ମହିଳା ଜଣକ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସିନାପାଲି ପୁଲିସ ଏକ ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତ ବିଶ୍ବବିହାରୀ ଓ ବରୁଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  ଏନେଇ ଜିଲ୍ଲା ଦେବାନୀ ଓ ଦୌରା ଜଜଙ୍କ ନିକଟରେ ମାମଲା ବିଚାରାଧୀନ ରହିଥିବା ବେଳେ ଏହି ମାମଲାରେ ୧୮ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି ଜିଲ୍ଲା ଦୌର ଓ ଦେବାନୀ ଜଜ ଦୁଇ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦାଣ୍ଡଦେଶ ଶୁଣାଇବା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ପୁଣି ୩ ମାସ ଆହୁରି ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କ୍ୟାଡର ପିପି ବେଣୁଲାଲ ପ୍ରଧାନ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.