୩ଟି ଜିଲ୍ଲା ପାଇଁ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ଦେଲା ରାଜ୍ୟ କ୍ୟାବିନେଟ

ରାଜ୍ୟ କ୍ୟାବିନେଟର ୩ଟି ଜିଲ୍ଲା ପାଇଁ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗ୍ରାମୀଣ ପାଇପ ଜଳ ଯୋଗାଣରେ ଯାଜପୁର ଜିଲ୍ଲା ପାଇଁ ଦୁଇଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯାଜପୁରର ବରୀ ଓ କୋରେଇ ବ୍ଲକରେ ଦୁଇଟି ପ୍ରକଳ୍ପ କାର୍ଯ୍ୟ ୨ ବର୍ଷରେ ସରିବ । ସେହିପରି ନୟାଗଡ଼ର ଦଶପଲ୍ଲା, ଗଣିଆ ଓ ନୂଆଗାଁରେ ହେବ ତିନିଟି ପ୍ରକଳ୍ପ । ମାଲକାନଗିରିର ୫ଟି ପାନୀୟ ଜଳ ପ୍ରକଳ୍ପକୁ ମୋହର ମିଳିଛି । ଜଳେଶ୍ୱର ଗୋବରୀଘାଟର ସୁବର୍ଣ୍ଣରେଖା ନଦୀରେ ବ୍ରିଜ ନିର୍ମାଣ ହେବ । ୩୬ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଏସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.