ଫେବ୍ରୁଆରୀ ମାସର ରାଶିଫଳ : ଜାଣନ୍ତୁ କ’ଣ କହୁଛି ଏ ମାସରେ ଆପଣଙ୍କ ରାଶି

ମେଷ : ବନ୍ଧୁ ସହ କଥାବାର୍ତ୍ତା କଲେ ଭଲ ପରାମର୍ଶ ପାଇବେ। ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ପାଇବେ। ଦାମ୍ପତ୍ୟ ଜୀବନ ସଜାଡ଼ିବା ପାଇଁ ଜୀବନସାଥୀଙ୍କ ସହ କଥା ହେବେ। କର୍ମ କ୍ଷେତ୍ରରେ ସଫଳତା ଓ ଆର୍ଥିକ ଉନ୍ନତି ଘଟିବ ।
ବୃଷ : ସାମାଜିକ ଗଣମାଧ୍ୟମରେ ଯାହାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ ତାଙ୍କ ସହ ବନ୍ଧୁତା ଦୀର୍ଘ ଦିନ ଧରି ରହିବ। ସରକାରୀ ଚାକିରିଆଙ୍କୁ ଭଲ କାମ ପାଇଁ ପ୍ରୋତ୍ସାହନ ମିଳିବ। ଆୟ କ୍ରମେ ବଢ଼ିବ । ପିଲାମାନେ ଭଲ ଫଳ ପାଇବେ ।

ମିଥୁନ : କାର୍ଯ୍ୟରେ ବିଳମ୍ବ ଘଟିବ । ଚାଷୀମାନେ କ୍ଷତି ସହିପାରନ୍ତି । ବ୍ୟବସାୟ ହ୍ରାସ ପାଇବ । ଚାକିରିରେ କଷ୍ଟ ଦେଖାଦେଇପାରେ । ପିଲାମାନେ ପାଠ ପଢ଼ାରେ ଅମନଯୋଗୀ ହେବେ ।

କର୍କଟ : ଦେହ ମନ ଭଲ ରହିବ । ହେଲେ ସବୁ କାର୍ଯ୍ୟରେ ପଛେଇ ଯିବେ । ଚାକିରିରେ ପରିବର୍ତ୍ତନ ଯୋଗ ରହିଛି । ନାରୀମାନେ ତର୍କ ଠାରୁ ଦୂରରେ ରହିଲେ ଭଲ । ପିଲାମାନେ ପାଠ ପଢ଼ାରେ ଅବହେଳା କରିବେ ।

ସିଂହ : ଅଭାବ ଦେଇ ଗତି କରିବେ । ବ୍ୟବସାୟ ସଂକୁଚିତ ହୋଇପାରେ । ଚାକିରିରେ ବନ୍ଧୁଙ୍କ ସହଯୋଗ ପାଇବେ । ନାରୀମାନେ ସମ୍ମାନ ପାଇବେ । ପିଲା ପାଠ ପଢ଼ାରେ ସୁଫଳ ପାଇବେ ।

କନ୍ୟା : ଦେହ ମନ ଭଲ ରହିବ । ସାହାଯ୍ୟ ସହଯୋଗ ପାଇବେ । ନାରୀମାନେ ଅର୍ଥ ଲାଭ କରିବେ । ପିଲାମାନେ ପାଠ ପଢ଼ାରେ ଉଚ୍ଚ ଫଳ ପାଇବେ । ମାସଟି ମୋଟା ମୋଟି ମିଶ୍ରିତ ଫଳ ଦେବ ।

ତୁଳା : ଆପଣଙ୍କ ପାଇଁ ଏହି ମାସ ଶୁଭ ପ୍ରଦାନ କରିବ । ଦେହ ସୁସ୍ଥ ରହିବ, ପାଇବାକୁ ଥିବା ଅର୍ଥ ବିଳମ୍ବ ହୋଇପାରେ । ଚାକିରିରେ ଜଗି ରଖି ଚଳନ୍ତୁ । ଚାଷୀ ଓ ବ୍ୟବସାୟୀ ଲାଭବାନ ହେବେ । ପିଲାମାନେ ପରୀକ୍ଷାରେ ସୁଫଳ ପାଇବେ ।

ବିଚ୍ଛା : ମାସଟି ଆପଣଙ୍କ ପାଇଁ ଅନୂକୁଳ ରହିବ । କେତେକ କ୍ଷେତ୍ରରେ ପଛେଇ ଯିବେ । ଦେହ ମନ ଭଲ ରହିବ । ଚାକିରିରେ ଅସନ୍ତୁଷ୍ଟ ହୋଇ ପାରନ୍ତି । ନାରୀମାନେ ରୋଗରୁ ସୁସ୍ଥ ହେବେ । ପିଲାମାନେ ପାଠପଢ଼ାରେ ଭଲ ଫଳ ପାଇବେ ।

ଧନୁ : କର୍ମ କ୍ଷେତ୍ରରେ ଅଗ୍ରଗତି ହେବ । ଦେହ ମନ ଭଲ ରହିବ । ଆୟ ଭଲ ରହିବ । ବ୍ୟବସାୟ ବାଣିଜ୍ୟରୁ ଲାଭ ପାଇବେ । ଚାକିରିଆଙ୍କ ପାଇଁ ସମୟ ଭଲ ସାବ୍ୟସ୍ତ ହେବ । ନାରୀମାନେ ଅନୁତାପ କରି ପାରନ୍ତି । ପିଲା ପାଠ ପଢ଼ାରେ ଭଲ ଫଳ ପାଇବେ ।

ମକର : ଦେହ ମନ ଭଲ ରହିବ । ସାହାଯ୍ୟ ସହଯୋଗ ପାଇବେ । ନାରୀମାନେ ସୁସ୍ଥ ରହିବେ । ଚାଷୀମାନେ ଋଣ ଛାଡ ପାଇବେ । ପିଲାମାନେ ପାଠ ପଢ଼ାରେ ମଧ୍ୟମ ଫଳ ପାଇବେ । ମାସଟି ମଧ୍ୟମ ଫଳ ଦେବ ।

କୁମ୍ଭ : ବ୍ୟସ୍ତତା ଭିତରେ ସମୟ କଟିବ । ଦେହ ମନ ଭଲ ରହିବ । କାର୍ଯ୍ୟରେ ସଫଳ ହେବେ । ଚାଷୀ ଲାଭବାନ ହେବେ । ବ୍ୟବସାୟୀ ପରିଶ୍ରମ କରିବେ । ନାରୀମାନେ ଉତ୍ସାହିତ ରହିବେ । ପିଲାମାନେ ପରୀକ୍ଷାରେ ସୁଫଳ ପାଇବେ ।

ମୀନ : କର୍ମ କ୍ଷେତ୍ରରେ ନାନା ସମସ୍ୟା ଦେଖା ଦେବ । ସର୍ବଦା ବିବ୍ରତ ରହିବେ । ଆୟ କମିବା ସହ ବ୍ୟୟ ବଢ଼ିଯିବ । ଚାକିରିରେ ଯଶହାନି ହୋଇପାରେ । ନାରୀମାନେ ଅସହାୟ ଅନୁଭବ କରିବେ । ଚାଷୀ ହତାଶ ହେବେ । ପିଲାମାନେ ପଢ଼ାରେ ଅବହେଳା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.