ଧାନବାଦର ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୧୪ ଜଣଙ୍କ ମୃତ୍ୟୁ

ଧାନବାଦ : ବିହାର ଧାନବାଦରେ ଭୟାବହ ଅଗ୍ନିକାଣ୍ଡ । ଆଶୀର୍ବାଦ ଆପାର୍ଟମେଣ୍ଟରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ ହୋଇଛି । ୧୨ରୁ ଅଧିକ ଆହାତ ହୋଇଛନ୍ତି । ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆପାର୍ଟମେଣ୍ଟର ଅନେକ ଲୋକ ଏକାଠି ହୋଇଥିଲେ ।

ଏହି ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୧୦ ମହିଳା ଓ ୩ ଶିଶୁ ଥିବା ସୂଚନା ମିଳିଛି । ଏବେ ବି ଅନେକ ଅଗ୍ନିକାଣ୍ଡ ମଧ୍ୟରେ ଫଶି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.