Below header

ବାପା ଛେଉଣ୍ଡ ହେଲୁ ଆମ ହାତ ଛାଡିବେନି, ବାପାଙ୍କୁ ମନେ ପକାଇ ସଭାରେ କାନ୍ଦିଲେ ଝିଅ ଦୀପାଳି ଓ ପୁଅ ବିଶାଲ

ଝାରସୁଗୁଡା(କେନ୍ୟୁଜ୍): ବାପା ନବ ଦାସଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ସଭାରେ କାନ୍ଦିଲେ ଝିଅ ଦୀପାଳି। ବାପାଙ୍କ ସ୍ମୃତିଚାରଣ କରି ସଭାରେ କାନ୍ଦିଲେ ଝିଅ ଦୀପାଳି। କହିଲେ, ବାପା କହୁଥିଲେ ସତ୍ୟର ବିଜୟ ହେବ। ଝାରସୁଗୁଡ଼ାର ବିକାଶ ବାପାଙ୍କର ସ୍ୱପ୍ନ ଥିଲା। ଝାରସୁଗୁଡ଼ାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ବାପାଙ୍କ ସ୍ୱପ୍ନ ଥିଲା ବୋଲି କହିଛନ୍ତି ଦୀପାଳି। ବାପାଙ୍କ ଅଧୁରା ସ୍ୱପ୍ନକୁ ଆମେ ମିଳିମିଶି ପୂରଣ କରିବା ବୋଲି କହିଛନ୍ତି ।

ସେହିପରି ଶ୍ରଦ୍ଧାଞ୍ଜଳି ସଭାରେ ବାପା ନବ ଦାସଙ୍କୁ ମନେପକାଇ ଭାବବିହ୍ଵଳ ହୋଇପଡ଼ିଥିଲେ ପୁଅ ବିଶାଲ । ସେ କହିଛନ୍ତି, ବାପା ଚାଲିଯାଇଛନ୍ତି ସତ ହେଲେ ସେ ଏବେବି ଲୋକଙ୍କ ମଧ୍ୟରେ ଅଛନ୍ତି । ପୂରା ଝାରସୁଗୁଡ଼ାବାସୀ ଆମ ପରିବାର । ପୂରା ଝାରସୁଗୁଡ଼ାବାସୀ ଆମ ପରିବାର । ବାପା ସବୁବେଳେ ଲୋକଙ୍କ ସାଙ୍ଗରେ ରହୁଥିଲେ । ଆମ ପରିବାର ମଧ୍ୟ ସବୁବେଳେ ଲୋକଙ୍କ ସାଥୀରେ ରହିବୁ । ଆମକୁ କେବେବି ଏକୁଟିଆ ଛାଡ଼ିବେ ନାହିଁ ବୋଲି ବିଶାଲ କୋହଭରା କଣ୍ଠରେ କହିଛନ୍ତି । ଝାରସୁଗଡ଼ାର ବିକାଶ ପାଇଁ ବାପା ସ୍ୱପ୍ନ ଦେଖିଥିଲେ । ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ କାର୍ଯ୍ୟ କରିବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.