ତୁର୍କୀ ଭୂମିକମ୍ପର କରୁଣ ଚିତ୍ର ! ଭଗ୍ନାବଶେଷ ତଳୁ ବାପାକୁ ଦେଖି ସ୍ମିତହାସ୍ୟ ଦେଲା କୁନି ଝିଅ : ଦେଖନ୍ତୁ ଭିଡିଓ

ତୁର୍କୀ ଭୂମିକମ୍ପରେ ଭଗ୍ନାବଶେଷ ତଳେ ଚାପି ହୋଇଥିଲା କୁନି ଝିଅ ଉଦ୍ଧାର। ଆଉ ବାପାଙ୍କୁ ଦେଖି ଝିଅ ବହୁତ ଖୁସି। ଆଉ ବାପା କହୁଛନ୍ତି, ‘ବାପା ତୁମ ପାଖରେ ଅଛନ୍ତି, ଭୟ କରନାହିଁ ’

ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂମିକମ୍ପର କରୁଣ ଚିତ୍ର ସାମ୍ନାକୁ ଆସୁଛି । ଦୁଇଦିନ ତଳେ ଜଣେ ନବଜାତକକୁ ଉଦ୍ଧାର କରାଯାଇଥିବା ଖବର ପରେ ଆଉ ଏକ ୭ ବର୍ଷ ଝିଅର ନିଜ ଭାଇକୁ ସୁରକ୍ଷା ଦେବାପାଇଁ ପଥରକୁ ନିଜ ହାତର ଲଦି ପଡିଥିବା ଖବର ସମସ୍ତଙ୍କ ମନକୁ ବିଚଳିତ କରିଥିଲା । ଆଉ ଏବେ ଯେଉଁ ଭିଡିଓ ସାମ୍ନାକୁ ଆସୁଛି, ତାହାକୁ ଦେଖିଲେ ହୁଏତ ଆପଣଙ୍କ ଦେହ ଶିହରି ଯିବ। ଜଣେ ଛୋଟ ପିଲା ମାଟି ଭିତରେ ଫଶିଥିବା ବେଳେ ନିଜ ବାପାକୁ ଦେଖି କିପରି ହସି ଦେଉଛି ତାହା ଦେଖିବା ନିଶ୍ଚିତପକ୍ଷେ ହୃଦୟସ୍ପର୍ଶୀ ।

ଟ୍ଵିଟରରେ ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ଗୋଟେ ଛୋଟ ଝିଅ ଭୂମିକମ୍ପରେ ଧ୍ୱଂସ ହୋଇଥିବା ବିଲିଡିଂର ଭଗ୍ନାବଶେଷ ତଳେ ଦବି ରହିଛି ।ଆଉ ଝିଅକୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳଙ୍କ ସହିତ ମିଶି ବାପା ଚେଷ୍ଟା ଜାରି ରଖିଛନ୍ତି । ଆଉ ଶେଷରେ ମାଟି ତଳୁ ଝିଅକୁ ରକ୍ଷା କରିବାରେ ସଫଳହୋଇଛନ୍ତି ସମସ୍ତେ । ଯେତେବେଳେ ଝିଅଟି ନିଜ ବାପାକୁ ଦେଖି ହସୁଛି, ବାପାଙ୍କ ଖୁସି ନ କହିଲେ ଚଳେ । ଆଉ ବାପା କହୁଛନ୍ତି, ବାପା ତୁମ ପାଖରେ ଅଛନ୍ତି, ଭୟ କରନାହିଁ । ଝିଅକୁ ଜୀବିତ ଦେଖି ବାପା କୁଣ୍ଡେଇ ପକାଇଛନ୍ତି ।

ଭିଡିଓଟି ଟ୍ଵିଟରରେ ସେୟାର କରାଯାଇଛି। ନ୍ୟୁଜି ଏଜେନ୍ସୀ The Independent ଟ୍ଵିଟର ପେଜରେ ସେୟାର ହୋଇଛି । ଭିଡିଓଟି ନିଶ୍ଚିତ ହୃଦୟସ୍ପର୍ଶୀ । ଯାହାକୁ ୟୁଜର୍ସ ପସନ୍ଦ ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୬ ତାରିଖରେ ତୁର୍କୀରେ ଭୟଙ୍କର ଭୂମିକମ୍ପ ଆସିଥିଲା । ତୁର୍କୀ ଏବଂ ସିରିଆରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୧୫ ହଜାର ଟପିଲାଣି । ୬୦ ହଜାରରୁ ଅଧିକ ଆହତ ହୋଇଛନ୍ତି । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.