ଦେଶର ଏହି ରାଜ୍ୟରେ ଦୁଗ୍ଧିଆଳି ପ୍ରାଣୀଙ୍କ ମୃତ୍ୟୁରେ ପଶୁପାଳକଙ୍କୁ ମିଳିବ ୪୦ ହଜାର ଟଙ୍କା!

ରାଜସ୍ଥାନ ସରକାର ପଶୁପାଳକଙ୍କ ପାଇଁ କାମଧେନୁ ବୀମା ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦୁଗ୍ଧିଆଳି ପ୍ରାଣୀଙ୍କ ମୃତ୍ୟୁରେ କ୍ଷତିପୂରଣ ପ୍ରଦାନ କରାଯିବ।

ଦେଶର ଗ୍ରାମାଞ୍ଚଳରେ ପଶୁପାଳନ ଆୟର ଏକ ପ୍ରମୁଖ ଉତ୍ସ ଭାବରେ ଉଭା ହୋଇଛି। ଚାଷୀମାନଙ୍କର ଜୀବନଯାପନ ବହୁ ପରିମାଣରେ ଗାଈ ଏବଂ ମଇଁଷି ପାଳନ ଉପରେ ନିର୍ଭର କରିଥାଏ। ଏଭଳି ସ୍ଥିତିରେ ଦୁଗ୍ଧିଆଳି ପ୍ରାଣୀମାନଙ୍କ ମୃତ୍ୟୁ ହେଲେ ଚାଷୀଙ୍କ ସାମ୍ନାରେ ବହୁତ ବଡ଼ ଆର୍ଥିକ ସଙ୍କଟ ଉତ୍ପନ୍ନ ହୋଇଥାଏ।

ବର୍ଷ ୨୦୨୨ରେ ଲମ୍ପି ଭାଇରସ୍ ଯୋଗୁ ଉତ୍ତର ଭାରତରେ ବହୁ ସଂଖ୍ୟାରେ ପଶୁମାନଙ୍କର ମୃତ୍ୟୁ ଘଟିଥିଲା। ସବୁଠାରୁ ଖରାପ ସ୍ଥିତି ଥିଲା ରାଜସ୍ଥାନର। ଏଠାରେ ପଶୁମାନଙ୍କ ଶବକୁ ପୋତିବା ପାଇଁ ଜାଗାର ଅଭାବ ଦେଖାଦେଇଥିଲା। ତେଣୁ ଏବେ ରାଜସ୍ଥାନ ସରକାର ପଶୁପାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆଣିଛନ୍ତି।

ସରକାର ପଶୁପାଳକଙ୍କ ପାଇଁ କାମଧେନୁ ବୀମା ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦୁଗ୍ଧିଆଳି ପ୍ରାଣୀମାନଙ୍କ ମୃତ୍ୟୁରେ କ୍ଷତିପୂରଣ ପ୍ରଦାନ କରାଯିବ। ଲମ୍ପି ଭାଇରସ୍‌ ଭଳି କୌଣସି ବି ମାରାତ୍ମକ ରୋଗରେ ଦୁଗ୍ଧିଆଳି ପ୍ରାଣୀମାନଙ୍କ ମୃତ୍ୟୁ ଘଟିଲେ ୪୦ ହଜାର ଟଙ୍କା ଦିଆଯିବ। ରାଜସ୍ଥାନ ସରକାର କାମଧେନୁ ବୀମା ଯୋଜନା ପାଇଁ ମୋଟ ୭୫୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।

Leave A Reply

Your email address will not be published.