ମୋବାଇଲରେ ଏମିତି ବ୍ଯସ୍ତ ରହିଗଲେ ମହିଳା ଲୋକ ପାଇଲଟ୍, ଘଟାଇଲେ ଦୁର୍ଘଟଣା: ଭାଇରାଲ୍ ହେଉଛି ଭିଡିଓ

ଟ୍ରେନ୍ ଦୁର୍ଘଟଣାର ଭାଇରାଲ୍ ଭିଡିଓ। ଯାହା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଯାତ୍ରା ସମୟରେ ସାମାନ୍ୟ ଅସାବଧାନତା ହେତୁ ବଡ ବଡ଼ ଦୁର୍ଘଟଣା ଘଟିଥାଏ। ଏକଥା ଆମେ ସବୁ ଜାଣିଛେ। ତେବେ ଏଭଳି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଟ୍ରେନ୍ ଦୁର୍ଘଟଣାର ଭାଇରାଲ୍ ଭିଡିଓ। ଯାହା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଯାତ୍ରା ସମୟରେ ସାମାନ୍ୟ ଅସାବଧାନତା ହେତୁ ବଡ ବଡ଼ ଦୁର୍ଘଟଣା ଘଟିଥାଏ। ଏକଥା ଆମେ ସବୁ ଜାଣିଛେ। ତେବେ ଏଭଳି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଅସାବଧାନତା ହେତୁ ଦୁଇଟି ଟ୍ରେନ୍ ମଧ୍ୟରେ କେମିତି ମୁହାଁମୁହିଁ ଧକ୍କା ହୋଇଥିଲା।

ଇଣ୍ଟରନେଟରେ ଏହି ପୁରୁଣା ଭିଡିଓ ଏବେ ସାମ୍ନାକୁ ଆସିଛି। ତେବେ ଭିଡିଓରେ ଜଣେ ମହିଳା ଟ୍ରେନ୍ ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବାର ଦେଖାଯାଇଛି ଏବଂ ଏହି ଟ୍ରେନ୍ ଟି ଅନ୍ୟ ଏକ ଟ୍ରେନ୍ କୁ ଧକ୍କା ଦେଉଛି। ଭିଡିଓଟି ଟ୍ୱିଟର ପେଜରେ CCTV Idiots ରେ ପୋଷ୍ଟ କରାଯାଇଛି। ଯେଉଁ ଭିଡିଓରେ ଫୋନ୍ ଧରିଥିବା ମହିଳାଙ୍କ ଅସାବଧାନତାକୁ ଦେଖାଉଛି। ତେବେ ଏହି ଘଟଣାଟି ଅକ୍ଟୋବର ୨୦୧୯ ରେ ଋଷିଆରେ ଘଟିଥିଲା।

ଭିଡିଓରେ ମହିଳା ଜଣକ ଟ୍ରେନ୍ ଚଳାଇବା ସମୟରେ ମୋବାଇଲ୍ ଫୋନ୍ ରେ ପୁରା ବୁଡିଯାଇଛନ୍ତି। ମହିଳା ଜଣକ ଅସାବଧାନତା ଯୋଗୁଁ ଟ୍ରାକରେ ଥିବା ଅନ୍ୟ ଏକ ଟ୍ରେନକୁ ଧକ୍କା ଦେଇଥିଲେ। ଧକ୍କା ପ୍ରଭାବ ବହୁତ ଶକ୍ତ ଥିଲା। କିନ୍ତୁ ମହିଳା ଡ୍ରାଇଭର ସୁରକ୍ଷିତ ଥିବା ଦେଖିବାକୁ ମିଳୁଛନ୍ତି । ଏହି କ୍ଲିପ୍ ରେ ଟ୍ରେନ୍ ଭିତରେ ଥିବା ଜଣେ ଯାତ୍ରୀ ଦୁର୍ଘଟଣା ପରେ ତଳେ ପଡିଯାଉଛନ୍ତି। ଯାହା ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବକୁ ମିଳୁଛି।

ତେବେ ଏହି ଭିଡିଓଟିରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ଏହାସହ ଟ୍ୱିଟରରେ ୧୦.୩ ମିଲିୟନରୁ ଅଧିକ ଭ୍ୟୁ ସଂଗ୍ରହ କରିସାରିଛି। ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, “ଯଦି ସେହି ଫୋନ୍ ଏତେ ସ୍ମାର୍ଟ ହୋଇଥାନ୍ତା ତେବେ ଏହା ତାଙ୍କୁ ଚେତାବନୀ ଦେଇଥାନ୍ତା। ଆଉ କିଛି ମହିଳାଙ୍କ ଏଭଳି ଅସାବଧାନତା ପାଇଁ ତାଙ୍କୁ ତାଗିଦ୍ କରିଛନ୍ତି।

Leave A Reply

Your email address will not be published.