ଦକ୍ଷିଣ ଆଫ୍ରିକାରୁ କୁନୋ ଆସିଥିବା ଚିତା ‘ଉଦୟ’ର ମୃତ୍ୟୁ, ଗତ ମାସରେ ଆଖି ବୁଜିଥିଲା ‘ସାଶା’

ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ‘ଉଦୟ’ର ମୃତ୍ୟୁ ହୋଇଛି। ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଉଦୟର ଚିକିତ୍ସା ଚାଲିଥିଲା।

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ଚିତା ‘ଉଦୟ’ର ମୃତ୍ୟୁ ହୋଇଛି। ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଉଦୟର ଚିକିତ୍ସା ଚାଲିଥିଲା। କିନ୍ତୁ ଚିକିତ୍ସା ସମୟରେ ହିଁ ତା’ର ମୃତ୍ୟୁ ହୋଇଥିବା ବନ ବିଭାଗର ରାଜ୍ୟ ମୁଖ୍ୟ ଜେ.ଏସ୍ ଚୌହାନ ସୂଚନା ଦେଇଛନ୍ତି। ତେବେ ଚିତା ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

କହି ରଖୁଛୁ, ଏହାପୂର୍ବରୁ ମାର୍ଚ୍ଚ ୨୭ରେ କିଡନୀ ଜନିତ ସମସ୍ୟା ହେତୁ ୫ ବର୍ଷର ମାଈ ଚିତା ‘ସାଶା’ର ମୃତ୍ୟୁ ହୋଇଥିଲା। ଯାଞ୍ଚରୁ ଜଣାପଡ଼ିଥିଲା ଯେ ଭାରତ ଅଣାଯିବା ପୂର୍ବରୁ ହିଁ ସାଶାର କିଡନୀ ଜନିତ ସମସ୍ୟା ଥିଲା।

ଗତ ବର୍ଷ ନାମ୍ବିଆରୁ ୮ ଚିତାଙ୍କୁ ଭାରତ ଅଣାଯାଇଥିଲା, ସେମାନଙ୍କ ମଧ୍ୟରେ ସାଶା ଅନ୍ତର୍ଭୁକ୍ତ ଥିଲା। ଏହିପରି ୨୦୨୩ ଫେବୃୟାରୀ ୧୭ରେ ଭାରତ ଆସିଥିବା ୧୨ ଚିତାଙ୍କ ମଧ୍ୟରେ ଉଦୟ ଥିଲା। ଏଥିରେ ୭ ଅଣ୍ଡିରା ଏବଂ ୫ ମାଈ ଚିତା ରହିଥିଲେ।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ୮ ଚିତାଙ୍କୁ ନାମ୍ବିଆରୁ ଭାରତ ଆଣିଥିଲେ, ସେମାନଙ୍କୁ ନିଜ ଜନ୍ମଦିନ ଅବସରରେ ଗତ ବର୍ଷ ସେପ୍ଟେମ୍ବର ୧୭ରେ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.