ଯାଜପୁର: ନର୍ସିଂ କଲେଜ ହଷ୍ଟେଲରୁ ୨ୟ ବର୍ଷ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଜି ଦିନ ୧ଟା ବେଳେ କଲେଜର ଜଣେ ନର୍ସିଂ ଛାତ୍ରୀ ନିଜ ରୁମରେ ଏକ ଗାମୁଛା ସାହାଯ୍ଯରେ ଫ୍ଯାନରେ ଝୁଲୁଥିବା ଅନ୍ଯ ଛାତ୍ରୀମାନେ ଦେଖି କଲେଜ କତ୍ତୃପକ୍ଷଙ୍କୁ ଜଣାଇ ଥିଲେ। କଲେଜ କତ୍ତୃପକ୍ଷ ଓ କର୍ମଚାରୀଙ୍କ ସହାୟତାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ଯାଜପୁର ରୋଡ଼(କେନ୍ୟୁଜ୍): ଜାଭିୟର ନର୍ସିଂ କଲେଜ ହଷ୍ଟେଲ ରୁ ୨ୟ ବର୍ଷ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ଆତ୍ମହତ୍ୟା ସନ୍ଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ଯ ଆଜି ଦିନ ୧ଟା ବେଳେ କଲେଜର ଜଣେ ନର୍ସିଂ ଛାତ୍ରୀ ନିଜ ରୁମରେ ଏକ ଗାମୁଛା ସାହାଯ୍ଯରେ ଫ୍ଯାନରେ ଝୁଲୁଥିବା ଅନ୍ଯ ଛାତ୍ରୀମାନେ ଦେଖି କଲେଜ କତ୍ତୃପକ୍ଷଙ୍କୁ ଜଣାଇ ଥିଲେ। କଲେଜ କତ୍ତୃପକ୍ଷ ଓ କର୍ମଚାରୀଙ୍କ ସହାୟତାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ମାତ୍ର ସେଠାରେ ଡାକ୍ତର ଛାତ୍ରୀ ଜଣଙ୍କୁ ମୃତ ଘଷଣା କରିଛନ୍ତି। ମୃତା ଛାତ୍ରୀ ହେଲେ ଭଦ୍ରକ ଜିଲ୍ଲା ଧୂସୁରୀ ଅଂଚଳର ନନ୍ଦ କିଶୋର ସାହୁଙ୍କ ଝିଅ ନିବେଦିତା ସାହୁ (୧୮)ବୋଲି ଜଣା ପଡ଼ିଛି। ଯାଜପୁର ରୋଡ଼ ପୋଲିସ ଶବ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.