Below header

ଗୋଲଡେନ ବାବାର ୨୮ ଲକ୍ଷ ଟଙ୍କାର ଅଡି ଗାଡ଼ିକୁ ଜବତ କଲା ଇଡି

ଠକେଇ ମାମଲାରେ ଜ୍ୟୋତି ରଂଜନ ବେହୁରା ଓରଫ ଗୋଲଡେନ ବାବା ଗିରଫ କରାଯାଇଥିଲା । ଏହାପରେ ମାମଲା ହାତକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୪ରୁ ୫ ଜଣକଠୁ ଠକେଇ କରିଥିଲା ଗୋଲଡେନ ବାବା ।

() ଗୋଲଡେନ ବାବାର ଅଡି ଗାଡ଼ିକୁ ଜବତ କଲା ଇଡି । ଭୁବନେଶ୍ୱର CRP ଛକରୁ ଗାଡ଼ି ଜବତ କରାଯାଇଛି । ଏହି ଅଡି ଗାଡିର ଦାମ ୨୮ ଲକ୍ଷ ଟଙ୍କା । ଗତ ୨୦୨୦ ମସିହାରେ ସାଢ଼େ ୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟୋତି ରଂଜନ ବେହୁରା ଓରଫ ଗୋଲଡେନ ବାବା ଗିରଫ କରାଯାଇଥିଲା । ଏହାପରେ ମାମଲା ହାତକୁ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୪ରୁ ୫ ଜଣକଠୁ ଠକେଇ କରିଥିଲା ଗୋଲଡେନ ବାବା । ଏବେ ସେ ଫେରାର ରହିଛି । ଆଜି ସନ୍ଧ୍ୟାରେ ED ଠାବ କରି ଗୋଡ଼ାଇ ଥିବା ବେଳେ CRP ଛକରେ ଗାଡ଼ି ଛାଡ଼ି ପଳାଇଛି ଗୋଲଡେନ ବାବା । ପୂର୍ବରୁ ତା’ର ୫୨ ଲକ୍ଷ ଟଙ୍କା ସିଜ କରିଥିଲା ED।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.