ରାଜ୍ୟବାସୀଙ୍କୁ ସରକାର ଦେବେ ସଫଳତାର ହିସାବ, ବିଭାଗ ୱାରୀ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ମନ୍ତ୍ରୀମାନେ ନିଜ ନିଜ ବିଭାଗର ୫ ପ୍ରମୁଖ କାର୍ଯ୍ୟର ବିବରଣୀ ଦେବେ । ଫାଇଭ-ଟି ଓ 'ମୋ ସରକାର' ଉପକ୍ରମ ସମ୍ପର୍କରେ ତଥ୍ୟ ଦେବେ। ରାଜ୍ୟର ବିକାଶ ଦିଗରେ ନିଷ୍ଠା ଓ ନିରନ୍ତର ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ଏହି ନିର୍ଦ୍ଦେଶ ପାଇବା ପରେ ବିଭାଗଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ମେ ୨୯ରେ ପୂରଣ ହେବ । ରାଜ୍ୟବାସୀଙ୍କୁ ସରକାର ଦେବେ ସଫଳତାର ହିସାବ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭାଗ ୱାରୀ ସମୀକ୍ଷା କରିବେ । ମେ ୨୨ରୁ ବିଭିନ୍ନ ବିଭାଗର ସମୀକ୍ଷା ହେବ ।

ମନ୍ତ୍ରୀମାନେ ନିଜ ନିଜ ବିଭାଗର ୫ ପ୍ରମୁଖ କାର୍ଯ୍ୟର ବିବରଣୀ ଦେବେ । ଫାଇଭ-ଟି ଓ ‘ମୋ ସରକାର’ ଉପକ୍ରମ ସମ୍ପର୍କରେ ତଥ୍ୟ ଦେବେ। ରାଜ୍ୟର ବିକାଶ ଦିଗରେ ନିଷ୍ଠା ଓ ନିରନ୍ତର ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ଏହି ନିର୍ଦ୍ଦେଶ ପାଇବା ପରେ ବିଭାଗଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କଣ କଣ ସଫଳତା ରହିଛି ସେ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ବିଭାଗ।

ସାଧାରଣ ଲୋକଙ୍କ ହିତରେ ସରକାର ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନକୁ ଅଗ୍ରାଧିକାର ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ମେ’ ୨୨ ରେ କୃଷି ଏବଂ କୃଷକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ପୂର୍ତ୍ତ ବିଭାଗର ସମୀକ୍ଷା ରହିଛି। ୨୩ରେ ଜଙ୍ଗଲ ଓ ପରିବେଶ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ୨୪ରେ ପଞ୍ଚାୟତିରାଜ, ବାଣିଜ୍ୟ ଓ ପରିବହନ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ରିଭ୍ୟୁ ବୈଠକ ହେବ। ୨୫ରେ ଉଚ୍ଚ ଶିକ୍ଷା, ଯୋଜନା ଓ ସଂଯୋଜନା ବିଭାଗର ସମୀକ୍ଷା କରାଯିବ । ୨୬ରେ ମୁଖ୍ୟମନ୍ତ୍ରୀଙ୍କୁ ଗୃହ ଓ ନଗର ଉନ୍ନୟନ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରିପୋର୍ଟ ଦେବେ। ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ସମୀକ୍ଷା ଚାଲିବ।ଗତବର୍ଷ ଜୁନ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ । ଏହାକୁ ମଧ୍ୟ ବର୍ଷେ ପୂରିବାକୁ ଯାଉଛି। ଏଭିତରେ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ମେ ୨୯ରେ ପୂରଣ ହେବ। …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.