ଭଣ୍ଡ ମୌଲାନା କୈଫି ଖାନର ଫିଟୁଛି ମହାଗୁମର, କିପରି ଲୋକଙ୍କୁ ଠକୁଥିଲା ଡେମୋ ଦେଖାଇବ ତାନ୍ତ୍ରିକ

ରିମାଣ୍ଡରେ ସତ ଉଗାରୁଛି କଟକରୁ ଗିରଫ ମୁଲାନା କୈଫି ଖାନ୍‌ । ଠକ ତାନ୍ତ୍ରିକର ଆଜି ହେବ ସିନ୍‌ ରିକ୍ରିଏସନ। ୬୨ ଲକ୍ଷ ଟଙ୍କା ଠକେଇ ଶିକାର ମହିଳାଙ୍କ ଘରେ ସିନ୍‌ ରିକ୍ରିଏସନ କରିବ ପୋଲିସ। ଗୁପ୍ତଧନ କିପରି ବାହାର କଲା ଦେଖାଇବ ଅଭିଯୁକ୍ତ।

କଟକ (କେନ୍ୟୁଜ): ଖୋଲୁଛି ଭଣ୍ଡ ତାନ୍ତ୍ରିକର ଠକେଇ ପେଡ଼ି । ରିମାଣ୍ଡରେ ସତ ଉଗାରୁଛି କଟକରୁ ଗିରଫ ମୁଲାନା କୈଫି ଖାନ୍‌ । ଠକ ତାନ୍ତ୍ରିକର ଆଜି ହେବ ସିନ୍‌ ରିକ୍ରିଏସନ। ୬୨ ଲକ୍ଷ ଟଙ୍କା ଠକେଇ ଶିକାର ମହିଳାଙ୍କ ଘରେ ସିନ୍‌ ରିକ୍ରିଏସନ କରିବ ପୋଲିସ। ଗୁପ୍ତଧନ କିପରି ବାହାର କଲା ଦେଖାଇବ ଅଭିଯୁକ୍ତ। ମୁଲାନା କୈଫି ଖାନ୍‌ ରିମାଣ୍ଡର ଆଜି ତୃତୀୟ ଦିନ। ରିମାଣ୍ଡରେ ପାଖା ପାଖି ୯୦ରୁ ୯୫ଲକ୍ଷର ହିସାବ ଜାଣିବାକୁ ପାଇଛି ପୋଲିସ। ଜେରାରେ ମିଛ କହୁଛି କୈଫି ଖାନ୍‌।ଠକ କୈଫି ଖାନକୁ ଜେରା କରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । କୋଟିଏରୁ ଅଧିକ ଟଙ୍କା ଠକିଥିବାରୁ ତାର ଆର୍ଥିକ କାରବାରକୁ ନେଇ ଖୋଳତାଡ଼ ଚାଲିଛି। ନକାରାତ୍ମକ ଶକ୍ତି ଓ ଗୁପ୍ତ ଧନ ବାହାର କରିବାର ଲୋଭ ଦେଖାଇ ଲୋକଙ୍କୁ ଠକି ଚାଲିଥିଲା ମୁଲାନା କୈଫି ଖାନ୍‌ ।

ଗିରଫ ମୁଲାନା କୈଫି ଖାନ୍‌କୁ ଜେରା ବେଳେ ପୋଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ଏପଟେ ଠକ ତାନ୍ତ୍ରିକର ମୁଖ୍ୟ ସହଯୋଗୀ ଶେଖ ଇସ୍ରାଏଲକୁ ଗିରଫ କରିଛି କଟକ ମଙ୍ଗଳାବାଗ ଥାନା ପୋଲିସ। ପେସାରେ ଇସ୍ରାଏଲ୍‌ ଜଣେ ଡ୍ରାଇଭର। ଧୂର୍ତ୍ତ କୈଫି ଖାନ୍‌ ପାଖକୁ ସେ ଲୋକଙ୍କୁ ପହଞ୍ଚାଉଥିଲା । ଜଣେ ଅଭିଯୋଗକାରୀଙ୍କ ଆକାଉଣ୍ଟରୁ ଇସ୍ରାଏଲ ଆକାଉଣ୍ଟକୁ ୭ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ପ୍ରମାଣ ପାଇଛି ପୋଲିସ। ତାର ମୋବାଇଲ ଜବତ ସହ କଲ୍‌ ଡିଟେଲ ଯାଞ୍ଚ କରାଯାଉଛି।

Leave A Reply

Your email address will not be published.