Below header

ହାତୀ ଆକ୍ରମଣରେ ଜଣେ ମୃତ, ଶୌଚ ହେବାକୁ ଯିବାବେଳେ ଦଳିଦେଲା ଦନ୍ତା

ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଜରଡା ପଞ୍ଚାୟତ ବାଲିକିଆରୀ ଗାଁରେ ହାତୀ ଆତଙ୍କ । ମୃତକ ସେହି ଗାଁର ଲକ୍ଷ୍ମୀଧର ସାହୁ । ଲକ୍ଷ୍ମୀଧର ଗା ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା ।

ଢେଙ୍କାନାଳ (କେନ୍ୟୁଜ): ଦଳିଦେଲା ଦନ୍ତା । ଦନ୍ତା ଆକ୍ରମଣରେ ଜଣେ ମୃତ। ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଜରଡା ପଞ୍ଚାୟତ ବାଲିକିଆରୀ ଗାଁରେ ହାତୀ ଆତଙ୍କ । ମୃତକ ସେହି ଗାଁର ଲକ୍ଷ୍ମୀଧର ସାହୁ । ଲକ୍ଷ୍ମୀଧର ଗା ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା।

ଏନେଇ ବନ ବିଭାଗକୁ ଖବର ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ହାତୀ ଆତଙ୍କ ଲାଗି ରହୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ରଖୁନଥିବା ଓ ନିଯୁକ୍ତ ହୋଇଥିବା ଏଲିଫ୍ୟାଣ୍ଟ ସ୍କ୍ଵାର୍ଡ ସଠିକ୍‌ ଭାବେ ଦାୟିତ୍ୱ ତୁଲାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.