Below header

ରାଉରକେଲାରେ ଆରମ୍ଭ ହେଲା ୧୩ତମ ହକି ଇଣ୍ଡିଆ ସବଜୁନିୟର ମହିଳା ଚମ୍ପିୟନସିପ

୧୩ ତମ ହକି ଇଣ୍ଡିଆ ସବ୍ ଜୁନିଅର ମହିଳା ଜାତୀୟ ଚମ୍ପିୟନସିପ -୨୦୨୩ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଗତକାଲି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି ।

ରାଉରକେଲା: ୧୩ ତମ ହକି ଇଣ୍ଡିଆ ସବ୍ ଜୁନିଅର ମହିଳା ଜାତୀୟ ଚମ୍ପିୟନସିପ -୨୦୨୩ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଗତକାଲି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ୧୩ତମ ହକି ଇଣ୍ଡିଆ ସବ୍ ଜୁନିୟର ମହିଳା ଜାତୀୟ ଚମ୍ପିୟନସିପ ୨୦୨୩କୁ ଶୈଳେନ୍ଦ୍ର କୁମାର ଜେନା ସେକ୍ରେଟେରୀ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଓଡିଶା, ରାଉରକେଲା ଇସ୍ପାତ କାରଖାନାର ନିର୍ଦ୍ଦେଶକ ଇନ୍-ଚାର୍ଜ, ଶ୍ରୀ ଅତନୁ ଭୋମିକ୍ , ରାଉରକେଲା ପୋଲିସ୍ ଅଧୀକ୍ଷକ ଶ୍ରୀ ମୁକେଶ କୁମାର ଭାମୁ , ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନ୍ କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର ଏବଂ ଓଡିଶାର ହକି ଆସୋସିଏସନ୍ ସଚିବ ଶ୍ରୀ ସନାତନ ସାହୁ ଉଦଘାଟନୀ ସମାରୋହରେ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଟୁର୍ନାମେଣ୍ଟ ଏବଂ ଓଡିଶାରେ ହକିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଖାଇଥିବା ଉତ୍ସାହ ଏବଂ ସମର୍ଥନ ଯୋଗୁଁ ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲାରୁ ଅଧିକ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଖେଳିବା ପାଇଁ ପ୍ରତିଭାବାନ ଖେଳାଳୀ ବାହାରିବେ ଏଥିରେ ସନ୍ଦେହ ନାହିଁ ।

play

ହକିର ଗଡ ସୁନ୍ଦରଗଡ଼ ଜିଲ୍ଲାରେ ହକି ର ଭିତ୍ତିଭୂମି ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମ୍ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ସେମାନେ ସ୍ୱୀକାର କରିଛନ୍ତି । ଗତକାଲି ଆରମ୍ଭ ହୋଇଥିବା ଚାରୋଟି ମ୍ୟାଚ ମଧ୍ୟ ରୁ ପ୍ରଥମ ମ୍ୟାଚ ରେ ପଞ୍ଜାବ ୩ ଏବଂ ଆନ୍ଧ୍ରପ୍ରଦେଶ ପ୍ରଦେଶ ୩ ଗୋଲ କରି ଡ୍ର ରହିଥିଲା । ଦ୍ୱିତୀୟ ମ୍ୟାଚ ରେ ମଣିପୁର ୩- ୦ ଗୋଲ ରେ ଗୁଜୁରାଟ କୁ ପରାସ୍ତ କରିଥିଲା। ତୃତୀୟ ମ୍ୟାଚ ରେ ଚଣ୍ଡୀଗଡ ୨୫- ୦ ଗୋଲରେ ଗୋଆ କୁ ପରାସ୍ତ କରିଥିଲା। ଚତୁର୍ଥ ତଥା ଶେଷ ମ୍ୟାଚ ରେ ଓଡିଶା ୨୦- ୦ ଗୋଲ ରେ କେରଳ କୁ ପରାସ୍ତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.