ଚଳଚଞ୍ଚଳ ରଥଖଳା : ତିନିରଥର ୨୪ଟି ଚକର ନିର୍ମାଣ କାର୍ଯ୍ୟ ଶେଷ

ପବିତ୍ର ଘୋଷଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥକାମ ପାଇଁ ଚଳଚଞ୍ଚଳ ରଥଖଳା। ତିନିରଥର ୨୪ଟି ଚକର ନିର୍ମାଣ କାର୍ଯ୍ୟ ସରିଛି। ତିନିରଥର ଗୋଟିଏ ଗୋଟିଏ ଅଖର ଦୁଇ ମୁହଁର ଗୋଳେଇ କାର୍ଯ୍ୟ ମଧ୍ୟ ଶେଷ ହୋଇଛି।

ପୁରୀ (କେନ୍ୟୁଜ): ପବିତ୍ର ଘୋଷଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥକାମ ପାଇଁ ଚଳଚଞ୍ଚଳ ରଥଖଳା। ତିନିରଥର ୨୪ଟି ଚକର ନିର୍ମାଣ କାର୍ଯ୍ୟ ସରିଛି। ତିନିରଥର ଗୋଟିଏ ଗୋଟିଏ ଅଖର ଦୁଇ ମୁହଁର ଗୋଳେଇ କାର୍ଯ୍ୟ ମଧ୍ୟ ଶେଷ ହୋଇଛି।

ସେହିପରି ଚକ ନିର୍ମାଣ ପାଇଁ ତୁମ୍ବ ଅରରେ ପଇ ସଂଯୋଗ ହୋଇ ପଇ ଓ ପଇର ସଂଯୋଗ ସ୍ଥଳ କଳସା କାର୍ଯ୍ୟ ଜାରୀ ରହିଛି। ତିନିରଥର ୯ମ ଚକର ସିଙ୍ଗଡ଼ା ବାଡ଼ିଆ ପୂର୍ବରୁ ତୂମ୍ବରେ ଅର ସଂଯୋଗ କାର୍ଯ୍ୟ ଚାଲିଛି। ରୂପକାର ସେବକ ମାନେ ଗୁଜରେ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳବେଦୀ କମାର ଶାଳରେ କମାର ସେବକ ମାନେ ପନ୍ଦାରି ଏବଂ ବଳା ନିର୍ମାଣ ଜାରି ରଖିଛନ୍ତି।

 

Leave A Reply

Your email address will not be published.