Below header

୩୫ ବର୍ଷ ପୁରୁଣା ମା’ ଶ୍ୟାମା କାଳୀ ମନ୍ଦିର

ଘଞ୍ଚ ଜଙ୍ଗଲରେ ବିରାଜିତ ମା' ଶ୍ୟାମା କାଳୀଙ୍କ ମନ୍ଦିର, ଏଠାରେ ଭକ୍ତଙ୍କ ବିଶ୍ୱାସ ଟାଣି ଆଣେ ମା' ଙ୍କ ପାଖକୁ..ରାଜ୍ୟ ବାହାରୁ ବି ଛୁଟି ଆସନ୍ତି ଲୋକେ

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ଡ଼ଭାର ଗାଁ ଶେଷ ମୁଣ୍ଡରେ ବାହୁଦା ନଦୀ ତଟରେ ରହିଛି ମା ‘ ଶ୍ୟାମା କାଳୀ ଙ୍କ ମନ୍ଦିର । ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ରେ ବହୁ ଭକ୍ତ ଏହି ମନ୍ଦିର କୁ ଆସିଥାନ୍ତି । ସୂଚନା ଅନୁସାରେ ମନ୍ଦିର ର ପୂଜାରୀଙ୍କୁ କାଳିସି ଲାଗେ । ଏହି ସମୟରେ ଭକ୍ତଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦିଅନ୍ତି ସେ ..

ଭକ୍ତ ବସିଛନ୍ତି ମନ୍ଦିର ରେ ।  କିଏ ଯୋଡ ହସ୍ତରେ ବସିଛି ତ କିଏ ଦେବୀ ଙ୍କୁ ଚାହିଁ ବସିଛି ଯେମିତି କିଛି ଆଶିଷ ମାଗୁଛି ଦେବୀଙ୍କ ଠାରୁ। ଢୋଲ, ଘଣ୍ଟ ବାଦ୍ୟ ରେ ପୁରିଉଠିଛି ସମଗ୍ର ପରିବେଶ, ଏହି ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଡଭାର ଗାଁ ଶେଷ ମୁଣ୍ଡରେ ବାହୁଦା ନଦୀ ତଟରେ ଥିବା ମା ଶ୍ୟାମା କାଳୀ ଙ୍କ ମନ୍ଦିରର ଦୃଶ୍ୟ। ଲୋକଙ୍କ ବିଶ୍ୱାସ ଏଠାକୁ ତାଙ୍କୁ ଟାଣି ଆଣେ । ସୂଚନା ଅନୁସାରେ ମନ୍ଦିର ର ପୂଜାରୀଙ୍କୁ କାଳିସି ଲାଗେ । ଏହି ସମୟରେ ଭକ୍ତଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦିଅନ୍ତି ସେ .. ଆଉ ସେ ଯାହା କୁହନ୍ତି ତାହା ସତ ହୋଇଥାଏ । ସେଥିପାଇଁ ଆଖପାଖ ଅଞ୍ଚଳ ସମେତ ଆନ୍ଧ୍ର ପ୍ରଦେଶ ର ଇଚ୍ଛାପୁର ଅଞ୍ଚଳ ରୁ ବହୁ ଭକ୍ତ ଆସିଥାନ୍ତି ଏହି ମନ୍ଦିର ଦର୍ଶନ ପାଇଁ ..ବିଶେଷ କରି ଶନିବାର, ମଙ୍ଗଳବାର ଏବଂ ସଂକ୍ରାନ୍ତି ଦିନ ଅନେକ ଭକ୍ତ ଏହି ସ୍ଥାନକୁ ଆସିଥାନ୍ତି । ପ୍ରତେକଙ୍କ ମନସ୍କାମନା ପୂରଣ ହୋଇଥିବା ଶୁଣିବାକୁ ମିଳେ ।

ଭକ୍ତ ବିଶ୍ୱାସ ର ଡୋରିରେ ବାନ୍ଧି ହୋଇଯାଇଥିବା ଯୋଗୁଁ ଏହି ମନ୍ଦିର କୁ ଭକ୍ତଙ୍କ ଗହଳି ଧିରେ ଧିରେ ବଢିବାକୁ ଲାଗୁଛି . ପ୍ରାୟ 35 ବର୍ଷ ପୂର୍ବେ ବାହୁଦା ନଦୀ କୂଳରେ ପ୍ରାକୃତିକ ପରିବେଶ ମଧ୍ୟରେ ମା କାଳୀ ଙ୍କ ଆବିର୍ଭାବ ହୋଇଥିଲା । ଯେଉଁଠାରେ ମା’ ଙ୍କ ଆବିର୍ଭାବ ହୋଇଥିଲା ସେଠାରେ ବିଗ୍ରହ ରୂପରେ ଏବେ ମା’ ପୂଜା ପାଉଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.