‘ଦ କେରଳ ଷ୍ଟୋରୀ’ ଅଭିନେତ୍ରୀଙ୍କୁ ମିଳୁଛି ହତ୍ୟା ଧମକ, ଲୋକେ ଦେଉଛନ୍ତି ଖରାପ କମେଣ୍ଟ୍‌

ଅନେକ ବିବାଦ ସତ୍ତ୍ୱେ ‘ଦ କେରଳ ଷ୍ଟୋରୀ’ର ଆୟ ଦିନକୁ ଦିନ ବୃଦ୍ଧି ପାଉଛି। ରିପୋର୍ଟ ଦେଖିଲେ, ଏହି ଫିଲ୍ମ ବହୁତ ଜଲ୍‌ଦି ୨୦୦ କୋଟି କ୍ଲବରେ ସାମିଲ ହୋଇପାରେ।

ଅନେକ ବିବାଦ ସତ୍ତ୍ୱେ ‘ଦ କେରଳ ଷ୍ଟୋରୀ’ର ଆୟ ଦିନକୁ ଦିନ ବୃଦ୍ଧି ପାଉଛି। ରିପୋର୍ଟ ଦେଖିଲେ, ଏହି ଫିଲ୍ମ ବହୁତ ଜଲ୍‌ଦି ୨୦୦ କୋଟି କ୍ଲବରେ ପ୍ରବେଶ କରିପାରେ। ଏହାରି ଭିତରେ ଫିଲ୍ମରେ ଜଣେ ମୁସଲମାନ ଝିଅର ଭୂମିକା ନିଭାଇଥିବା ଅଭିନେତ୍ରୀ ସୋନିଆ ବଲାନି ଏକ ବଡ଼ ଖୁଲାସା କରିଛନ୍ତି।

ସୋନିଆ ବାଲାନି କହିଛନ୍ତି ଯେ ଫିଲ୍ମରେ ଏହି ଚରିତ୍ର ଯୋଗୁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅଭିନେତ୍ରୀଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି। ଏପରି କି, ସୋସିଆଲ ମିଡିଆରେ ଅନେକ ଲୋକ ଅଭିନେତ୍ରୀଙ୍କୁ ମେସେଜ କରି ହତ୍ୟା କରିବାକୁ ଧମକ ଦେଉଛନ୍ତି।

ଅଭିନେତ୍ରୀଙ୍କ କହିବା ହେଲା, ଫିଲ୍ମରେ ସେ ଖଳନାୟିକା ଭୂମିକାରେ ଅଭିନୟ କରିଛନ୍ତି। ସେ ଏମିତି ଜଣେ ମୁସଲମାନ ଝିଅ ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି, ସମସ୍ତ ହିନ୍ଦୁ ଝିଅଙ୍କ ବ୍ରେନ୍‌ଓ୍ଵାଶ୍‌ କରି ସେମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ କହୁଛନ୍ତି। ଏବେ ସୋନିଆ ବାଲାନି କହିଛନ୍ତି ଯେ ଏହି କାରଣରୁ ଲୋକମାନେ ତାଙ୍କୁ ବହୁତ ଖରାପ କମେଣ୍ଟ୍‌ ଦେଉଛନ୍ତି।

ଦ କେରଳ ଷ୍ଟୋରୀରେ ସୋନିଆ ବଲାନି ‘ଆସିଫା’ ଚରିତ୍ରରେ ଅଭିନୟ କରିଛନ୍ତି। ସୋନିଆ ମୂଳତଃ ଉତ୍ତର ପ୍ରଦେଶ ଆଗ୍ରାର ନିବାସୀ। ଏଠାରେ ସେ ନିଜ ବାପା ରମେଶ ବଲାନି ଏବଂ ପରିବାର ସହ ମିଶି ମିଡିଆକୁ ସାକ୍ଷାତକାର ଦେଉଥିବା ବେଳେ ଅନେକ କଥା ଖୁଲାସା କରିଥିଲେ।

ପଶ୍ଚିମବଙ୍ଗରେ ଫିଲ୍ମ ବ୍ୟାନ୍‌ ଉପରେ ସୋନିଆ କହିଥିଲେ, ଏହା ଭୁଲ୍‌। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍‌ ନୁହେଁ। ଆଉ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ସେ ନିଜେ ପୀଡ଼ିତାମାନଙ୍କୁ ଭେଟିଛନ୍ତି। ସେମାନଙ୍କ ଦୁଃଖର କାହାଣୀ ଶୁଣିଛନ୍ତି। ଝିଅମାନଙ୍କ କଥା ଶୁଣିବା ପରେ ତାଙ୍କୁ ବହୁତ ଦୁଃଖ ଲାଗିଥିଲା। ଏହି ଝିଅମାନଙ୍କ ଷ୍ଟୋରୀ ସମସ୍ତଙ୍କୁ ଜଣାଇବାର ଥିଲା। ଏଥିପାଇଁ ସେ ଫିଲ୍ମରେ ‘ଆସିଫା’ ଚରିତ୍ରରେ ଅଭିନୟ କରିବାକୁ ମନସ୍ଥ କରିଥିଲେ ଏବଂ ଏହାକୁ ପୂରା ସଚ୍ଚୋଟତାର ସହ ପରଦା ଉପରେ ଉପସ୍ଥାପନ କରିଥିଲେ।