Below header

ରେଜଲ୍ଟ ବାହାରିବା ପୂର୍ବରୁ ଦୁର୍ଘଟଣାରେ ଦଶମ ଟପ୍ପରଙ୍କ ଚାଲିଗଲା ଜୀବନ, ହେଲେ ବଂଚାଇ ଦେଇଗଲେ ଆଉ ୬ ଜଣଙ୍କୁ

ବେଳେ ବେଳେ ଲୋକେ ଏପରି କାମ କରି ଯାଆନ୍ତି ଯେ ସେ ମରି କି ବି ଅମର ହୋଇ ଯାଆନ୍ତି । ଏମିତି ଏକ ଘଟଣା ଘଟିଯାଇଛି କେରଳରେ । ଜଣେ ଦଶମ ଶ୍ରେଣୀ ଛାତ୍ର ତାଙ୍କର ମୃତ୍ୟୁ ପୂର୍ବରୁ ୬ ଜଣଙ୍କ ଜୀବନ ବଂଚାଇ ଯାଇଛନ୍ତି । କେରଳର ତିରୁଓ୍ଵନନ୍ତପୁରମରେ ଜଣେ ଛାତ୍ର ୧୦ମ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ହେଲେ ସେ ସଫଳତାର ସ୍ୱାଦ ଚାଖିବାକୁ ସେ ଆଉ ନାହାଁନ୍ତି । ପରୀକ୍ଷାର ରେଜଲ୍ଟ ବାହାରିବା ପୂର୍ବରୁ ଏକ ରାସ୍ତା ଦୁର୍ଘଟଣାରେ ତାଙ୍କର ପ୍ରାଣହାନୀ ଘଟିଛି ।

ତିରୁଓ୍ଵନନ୍ତପୁରମ : ବେଳେ ବେଳେ ଲୋକେ ଏପରି କାମ କରି ଯାଆନ୍ତି ଯେ ସେ ମରି କି ବି ଅମର ହୋଇ ଯାଆନ୍ତି । ଏମିତି ଏକ ଘଟଣା ଘଟିଯାଇଛି କେରଳରେ । ଜଣେ ଦଶମ ଶ୍ରେଣୀ ଛାତ୍ର ତାଙ୍କର ମୃତ୍ୟୁ ପୂର୍ବରୁ ୬ ଜଣଙ୍କ ଜୀବନ ବଂଚାଇ ଯାଇଛନ୍ତି । କେରଳର ତିରୁଓ୍ଵନନ୍ତପୁରମରେ ଜଣେ ଛାତ୍ର ୧୦ମ ପରୀକ୍ଷାରେ ଟପ୍ପର ହୋଇଛନ୍ତି । ହେଲେ ସେ ସଫଳତାର ସ୍ୱାଦ ଚାଖିବାକୁ ସେ ଆଉ ନାହାଁନ୍ତି । ପରୀକ୍ଷାର ରେଜଲ୍ଟ ବାହାରିବା ପୂର୍ବରୁ ଏକ ରାସ୍ତା ଦୁର୍ଘଟଣାରେ ତାଙ୍କର ପ୍ରାଣହାନୀ ଘଟିଛି ।

ପରୀକ୍ଷାର ଟପ୍ପର ହେବା ପରେ ଯେଉଁ ଘରେ ଆଜି ହସଖୁସୀର ମାହୋଲ ଲାଗିଥାନ୍ତା, ସେଠାରେ ଆଜି ଲାଗିଛି କାନ୍ଦବୋବାଳି । ଛାତ୍ରଜଣକ ଘର ପରିବାରକୁ ଦୁଃଖରେ ସାଗରେ ଡୁବାଇ ଦେଇ ଚାଳିଗଲେ, ହେଲେ ହସ ଫୁଟାଇ ଗଲେ ୬ ଟି ପରିବାରରେ,ତାଙ୍କର ଅଂଗ ଦାନ କରି । ୬ ଜଣ ରୋଗୀ ତାଙ୍କର ଅଂଗ ପାଇଁ ପୁନର୍ଜୀବନ ପାଇ ପାରିଛନ୍ତି । ସାରଙ୍ଗଙ୍କ ପିତା-ମାତା ବିନିଶ କୁମାର ଓ ରଜନିଶ ମଧ୍ୟ ତାଙ୍କ ୧୬ ବର୍ଷର ପୁଅର ଅଂଗଦାନ ପାଇଁ ମଧ୍ୟ ରାଜି ହୋଇଥିଲେ ।

ଛାତ୍ର ଜଣକ ହେଲେ ବି.ଆର୍‌ ସାରଙ୍ଗ । ତିରୁଓ୍ଵନନ୍ତପୁରମ ଆଟିଙ୍ଗଲ ସରକାରୀ ବାଳକ ବିଦ୍ୟାଳୟର ଛାତ୍ର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ଗତ ୬ ତାରିଖରେ ରେଜଲ୍ଟ ବାହରିବା ପରେ ସେ ଏ+ ଗ୍ରେଡରେ ବିନା ଗ୍ରେସ ମାର୍କ ସହାୟତାରେ ଟପ୍ପର ହୋଇଥିବା ଜଣାପଡିଲା । ହେଲେ ସେ ଖବର ଶୁଣିବାକୁ ସେ ଆଉ ନଥିଲେ । ସେହିଦିନ ସକାଳେ ମା’ଙ୍କ ସହ ଅଟୋ ରିକ୍ସାରେ ଗଲାବେଳେ ଦୁର୍ଘଟଣା ଘଟିଥିଲା ।

ରାଜ୍ୟର ଶିକ୍ଷା ମନ୍ତ୍ରୀ ରେଜଲ୍ଟ ଘୋଷଣା କରିବା ବେଳେ ମଧ୍ୟ ଭାବପ୍ରବଣ ହୋଇ କାନ୍ଦି ପକାଇଥିବା ଦେଖାଯାଇଥିଲା । ମନ୍ତ୍ରୀ ସାରଙ୍ଗଙ୍କ ନାମ ଟପ୍ପର ଭାବେ ଘୋଷଣା କରିବା ବେଳେ ତାଙ୍କର ଦୁର୍ଘଟଣାରେ ପ୍ରାଣହାନୀ ଘଟିଥିବା କଥା ମଧ୍ୟ ଘୋଷଣା କରିଥିଲେ । ହେଲେ ପୁଅର ଅଂଗଦାନ କରି ଅନ୍ୟ ୬ ଜଣ ରୋଗୀଙ୍କୁ ବଂଚାଇ ପାରିଥିବାରୁ ସାରଙ୍ଗଙ୍କ ପିତା-ମାତଙ୍କୁ ଧନ୍ୟବାଦ ଦେଇଥିଲେ ମନ୍ତ୍ରୀ । ଏହା ସମାଜ ସେବା ପାଇଁ ଅନ୍ୟକୁ ପ୍ରେରଣା ଦେବ ବୋଲି ମନ୍ତ୍ରୀ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.