ଭେଟନ୍ତୁ ପ୍ରଥମ ମହିଳା ଲୋକୋ ପାଇଲଟଙ୍କୁ, ଯିଏ କହିଛନ୍ତି ନିଜ ସଫଳତାର କାହାଣୀ

ଆଜିକାଲି ଦୁନିଆର ସବୁ କାମରେ ମହିଳାମାନେ ଅଂଶଗ୍ରହଣ କରୁଛନ୍ତି । ଆଉ ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ସବୁ କାମରେ ଆଗରେ ରହୁଛନ୍ତି ମହିଳା ।

ଆଜିକାଲି ଦୁନିଆର ସବୁ କାମରେ ମହିଳାମାନେ ଅଂଶଗ୍ରହଣ କରୁଛନ୍ତି । ଆଉ ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ସବୁ କାମରେ ଆଗରେ ରହୁଛନ୍ତି ମହିଳା । ତେବେ ଯଦି ଆପଣ ମଧ୍ୟ ପ୍ରାୟ ସମୟରେ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଏଥିରେ ଆପଣ କୌଣସି ମହିଳା ଲୋକୋପାଇଲଟଙ୍କୁ ଟ୍ରେନ୍‌ ଚଲାଉଥିବାର ଦେଖାଯାନ୍ତି ତାହେଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ହେବାର ଆବଶ୍ୟକ ନାହିଁ । କାହିଁକିନା ଭାରତୀୟ ରେଳବାଇରେ ଆସିଷ୍ଟାଣ୍ଟ ମହିଳା ଲୋକୋପାଇଲଟ ପଦରେ ପ୍ରଥମ ମହିଳାଙ୍କର ଚୟନ ହୋଇଛି । ତ୍ରିପୁରାର ଦେବୋଲିନା ରାୟ ପ୍ରଥମ ମହିଳା ଲୋକୋପାଇଲଟ ହୋଇ ଏହି ଗୌରବ ହାସଲ କରିଛନ୍ତି । ଦେବୋଲିନାଙ୍କୁ ଭାରତୀୟ ରେଲୱେର ଖଡଗପୁର ମଣ୍ଡଳରେ ଆସିଷ୍ଟାଣ୍ଟ ଲୋକୋପାଇଲଟ ଭାବେ ନିଯୁକ୍ତ କରାଯାଇଛି ।

ଦେବୋଲିନାଙ୍କ ଅଗରତାଲାରେ ହୋଇଛି । ଅଗରତାଲାର ଡନ୍‌ ବସ୍କୋ ସ୍କୁଲର ପୂର୍ବ ଛାତ୍ରୀ ଦେବୋଲିନା ଟିଆଇଟି, ଅଗରତାଲାରେ ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରାଯାଇଛି । ଦେବୋଲିନା ୨୦୧୭ରେ ଗାର୍ଗି ମେମୋରିୟାଲ ଇଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି, କୋଲକାତାରେ ଇଞ୍ଜିନିୟରିଙ୍ଗ୍‌ ପାଠ ପୂରା କରିଛନ୍ତି । ମିଡିଆ ସହ କଥା ହେବା ସମୟରେ ଦେବୋଲିନା କହିଛନ୍ତି ଯେ ଭାରତୀୟ ରେଳ କ୍ୟାରିୟର ମାମଲାରେ ବହୁତ ଭଲ ।
ସେ କୁହନ୍ତି ଯେ ଏହି କାରଣରୁ ସେ ରେଳେଓ୍ଵକୁ ବାଛିଲେ ଏବଂ ସଫଳତା ହାସଲ କଲେ । ସେ ସମାଜର ସବୁ ଝିଅଙ୍କୁ ନିଜ ସ୍ୱପ୍ନକୁ ପୂରଣ କରିବା କଥା କହିଛନ୍ତି । ତେବେ ଝିଅର ଏହି ସଫଳତାରେ ପିତା ରଣବୀର ରାୟ ଏବଂ ମାଆ ଚନ୍ଦ୍ରାଣୀ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ତାଙ୍କର ଛୋଟବେଳୁ ହିଁ ଇଚ୍ଛା ଥିଲା ଯେ ତାଙ୍କ ଝିଅକୁ ଶିକ୍ଷିତ କରାଇାବେ । ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପଦ ପାଇଁ ମନୋନିତ ହୋଇ ଦେବୋଲିନା ଆମ ସ୍ୱପ୍ନକୁ ପୂରଣ କରିଛି ।

ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଦେବୋଲିନାଙ୍କ ପରିବାର ବର୍ତ୍ତମାନ ତ୍ରିପୁରାର ରାଜଧାନୀ ଅଗରତାଲାରେ ରୁହନ୍ତି । ନିଜ ଟ୍ରେନିଙ୍ଗ ପୂରା କରିବା ପରେ ଦେବୋଲିନା ଭାରତୀୟ ରେଲୱେ ଖଡଗପୁର ଡିଭିଜନରେ ନିଜ କର୍ତ୍ତବ୍ୟରେ ସାମିଲ ହେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.