ସ୍ୱାମୀର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନି ସ୍ତ୍ରୀ, ଫୋନରେ କଥା ହେଉଥିବାବେଳେ ବାଜିଥିଲା କି ଗୁଳି!

ବଣ ଜଙ୍ଗଲକୁ ସୁରକ୍ଷା ଦେଉ ଦେଉ ନିଜକୁ ସୁରକ୍ଷା ଦେଇପାରିଲେନି ଜଣେ ବନ କର୍ମଚାରୀ। ଶିମିଳିପାଳ ଅଭୟାରଣ୍ୟରେ ଶିକାରୀର ଗୁଳିମାଡରେ ବନ କର୍ମଚାରୀଙ୍କ ମୃତ୍ୟୁ ଖବର ଏବେ ସବୁଠି ଚର୍ଚ୍ଚା। ବଙ୍ଗରିପୋଷି ରେଞ୍ଜ ଚାକିଡି ବିଟ ଅଞ୍ଚଳରେ ଘଟିଥିଲା ଏହି ଅଭାନୀୟ ଘଟଣା। ମୃତ ଫରେଷ୍ଟ ଗାର୍ଡ ହେଉଛନ୍ତି ବିମଲ କୁମାର ଜେନା ।

ବାରିପଦା(କେନ୍ୟୁଜ୍‌): ସେମିତି କୁହନ୍ତୁନି ଆଜ୍ଞା, ଆମର କେହି ନାହିଁ ତାଙ୍କ ଛଡା… ତାଙ୍କର କିଛି ହବନି ….କିଛି ବି ହେଇପାରିବନି…ଆମର ଛୋଟ ଝିଅଟିଏ…କୋହ ସମ୍ଭାଳିନପାରି ଏମିତି କିଛି କଥା କାନ୍ଦି କାନ୍ଦି କହୁଥିଲେ ଜଣେ ମହିଳା। ସେ ଏମିତି କହିବାର କାରଣ ଥିଲା କି,  ସେଠାରେ  ସଭିଏଁ କହୁଥିଲେ ତାଙ୍କ ସ୍ୱାମୀ ଆଉ ଏ ଦୁନିଆରେ ନାହାଁନ୍ତି।

ଗତକାଲିର ଏହି ଘଟଣା ପରେ ସମସ୍ତଙ୍କ ଆଖି ଛଳ ଛଳ। ବଣ ଜଙ୍ଗଲକୁ ସୁରକ୍ଷା ଦେଉ ଦେଉ ନିଜକୁ ସୁରକ୍ଷା ଦେଇପାରିଲେନି ଜଣେ ବନ କର୍ମଚାରୀ। ଶିମିଳିପାଳ ଅଭୟାରଣ୍ୟରେ ଶିକାରୀର ଗୁଳିମାଡରେ ବନ କର୍ମଚାରୀଙ୍କ ମୃତ୍ୟୁ ଖବର ଏବେ ସବୁଠି ଚର୍ଚ୍ଚା। ବଙ୍ଗରିପୋଷି ରେଞ୍ଜ ଚାକିଡି ବିଟ ଅଞ୍ଚଳରେ ଘଟିଥିଲା ଏହି ଅଭାନୀୟ ଘଟଣା। ମୃତ ଫରେଷ୍ଟ ଗାର୍ଡ ହେଉଛନ୍ତି ବିମଲ କୁମାର ଜେନା। ଘଟଣାସ୍ଥଳରେ ବଙ୍ଗୀରପୋଷି ପୋଲିସ ଓ ବନ କର୍ମଚାରୀଙ୍କ ତନାଘନା ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟାରେ ଫରେଷ୍ଟ ଗାର୍ଡ ବିମଲ ପେଟ୍ରୋଲିଂ କରୁଥିବା ବେଳେ ଶିକାରୀ ମାନେ ଜଙ୍ଗଲକୁ ପ୍ରବେଶ କରୁଥିବା ଦେଖି ତାଙ୍କ ପିଛା କରିଥିଲେ। ଶିକାରୀ ମାନେ ଏହା ଜାଣିପାରି ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ ଶିକାରୀମାନେ ।

forester

ତେବେ ବିଟରେ ଅନ୍ୟ କର୍ମଚାରୀ ମାନେ ଚିତ୍କାର ଶୁଣି ଦୌଡି ଆସି ଦେଖିଲା ବେଳକୁ ତଳେ ଟଳି ପଡ଼ିଥିଲେ ବିମଲ। ତୁରନ୍ତ ରେଞ୍ଜ କାର୍ଯ୍ୟାଳୟକୁ ଏନେଇ ଖବର ଦିଆଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶିକାରୀକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ଅନ୍ୟପଟେ ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପିଆଏମ ମେଡିକାଲ କଲେଜକୁ ଆଣିଥିବା ବେଳେ ସେଠାରେ ଏହି ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକଙ୍କ କାନ୍ଦ ବୋବାଳି ରେ ଫାଟି ପଡୁଥିଲା ସମଗ୍ର ଅଞ୍ଚଳ। ଦେଖୁନାହାନ୍ତି ଏଇ ବୁଢା ବାପା ଟିକୁ। ପୁଅର ଶବକୁ ଧରି କେମିତି କଇଁ କଇଁ ହୋଇ କାନ୍ଦୁଛନ୍ତି ।

ତେବେ ଯାହା ସୂଚନା ମିଳିଛି, ମୃତକଙ୍କ ଘର ବାରିପଦା ସହର ଭଂଜପୁରରେ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟ ଭିଡ଼ ଲାଗିଥିଲା ଚିକିତ୍ସାଳୟରେ। ଚିକିତ୍ସାଳୟ ପହଁଚିଛନ୍ତି ଆରସିସିଏଫ ଏବଂ ଉପ ନିର୍ଦ୍ଦେଶକ ଶିମିଳିପାଳ ଅଭୟାରଣ୍ୟ। ଫରେଷ୍ଟ ଗାର୍ଡ ବିମଲ ଜେନାଙ୍କ ପୋଷ୍ଟିଂ ବାଉଁଶ ଖାଳ ବିଟରେ ହୋଇଥିବା ବେଳେ ପେଟ୍ରୋଲିଂ ବେଳେ ଚାକିଡି ବିଟ ଅଞ୍ଚଳରେ ଘଟିଛି ଘଟଣା।

wife

ତେବେ ଶିକାରୀଙ୍କ ବନ୍ଧୁକ ସମ୍ମୁଖରେ ବନ କର୍ମଚାରୀ ଲାଠି ସାହାଯ୍ୟରେ ମୁକାବିଲା କରିବା କଷ୍ଟସାଧ୍ୟ ବୋଲି ସ୍ବୀକାର କରିଛନ୍ତି ଆରସିସିଏଫ। ବନ ବିଭାଗ ନିକଟରେ ଆବଶ୍ୟକ ମୁତାବକ ବନ୍ଧୁକ ନ ଥିବା କହିଛନ୍ତି ସେ। ଏପଟେ ମୃତ ଫରେଷ୍ଟ ଗାର୍ଡ ବିମଲଙ୍କ ପତ୍ନୀ ମଧ୍ୟ ବନ ବିଭାଗରେ କାର୍ଯ୍ୟରତ। ତେବେ ସ୍ୱାମୀଙ୍କ ମୃତ୍ୟୁକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି।

ଶିକାରୀଙ୍କ ଗୁଳିରେ ଟଳି ପଡିଲେ ଜଙ୍ଗଲକୁ ସୁରକ୍ଷା ଦେଉଥିବା ଏହି ଫରେଷ୍ଟ ଗାର୍ଡ। ଯେତେ କଠୋର ନୀତି ଅବଲମ୍ବନ କଲେ ସୁଦ୍ଧା ଥମୁନି ସେମାନଙ୍କ ଉପଦ୍ରବ। ଏମାନଙ୍କ ବିରୋଧରେ ଯେତେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବି କମ୍ ହେବ। ତେବେ ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ଉଚିତ୍ ନ୍ୟାୟ ପ୍ରଦାନ କରାଯିବାକୁ ସାଧାରଣରେ ଦାବି ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.