ATMରୁ ଟଙ୍କା ଉଠାଇବାରେ ୟୁପିଆଇ ବି ଆସିବ କାମରେ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରୋସେସ୍

ଆପଣ ଚାହିଁଲେ ବିନା ଏଟିଏମ କାର୍ଡରେ ବି ଟଙ୍କା ଉଠାଇପାରିବେ । ଯଦିଓ ଏଥିପାଇଁ ଲୋକଙ୍କ ପାଖରେ ୟୁପିଆଇ ରହିବା ବହୁତ ଜରୁରୀ ।

ଆଜିର ଜମାନାରେ ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ସମସ୍ତଙ୍କ ପାଖରେ ରହିଛି । ସେହିପରି ବ୍ୟାଙ୍କ ଖାତା ସହିତ ଲୋକଙ୍କ ପାଖରେ ଏଟିଏମ ମଧ୍ୟ ରହିଛି । ଏଟିଏମ କାର୍ଡକୁ ଡେବିଟ କାର୍ଡ ନାମରେ ମଧ୍ୟ ଲୋକେ ଜାଣନ୍ତି । ଡେବିଟ୍ କାର୍ଡ ଜରିଆରେ ଲୋକ ଏଟିଏମ ମେସିନ ଜରିଆରେ କ୍ୟାସ୍ ବି ବାହାର କରନ୍ତି । ଯଦି ଏବେ ଏଟିଏମ ମେସିନରୁ କ୍ୟାସ ବାହାର କରିବା ପୂର୍ବ ଅପେକ୍ଷା ଆହୁରି ବି ସହଜ ହୋଇଯାଇଛି । ଆପଣ ଚାହିଁଲେ ବିନା ଏଟିଏମ କାର୍ଡରେ ବି ଟଙ୍କା ଉଠାଇପାରିବେ । ଯଦିଓ ଏଥିପାଇଁ ଲୋକଙ୍କ ପାଖରେ ୟୁପିଆଇ ରହିବା ବହୁତ ଜରୁରୀ । ଯଦି ଆପଣଙ୍କ ପାଖରେ ୟୁପିଆଇ ଅଛି ଏବଂ ଏଟିଏମ୍ ନାହିଁ ତାହେଲେ ମଧ୍ୟ ଆପଣ ଏଟିଏମ ମେସିନରୁ କ୍ୟାସ ଉଠାଇ ପାରିବେ । ଆସନ୍ତୁ ଜାଣିବା କେମିତି ଆପଣ ଏହି ସୁବିଧାର ଲାଭ ଉଠାଇପାରିବେ ।

ଡେବିଟ୍ କାର୍ଡ ୟୁଜର୍ସ ନିଜ କାର୍ଡର ଉପଯୋଗ ନକରି ନିଜ ବ୍ୟାଙ୍କର ଏଟିଏମରୁ ନଗଦ ଟଙ୍କା ଉଠାଇବାକୁ ଅନୁମତି ଦେଇଥାଏ ବ୍ୟାଙ୍କ । ଏହି ସୁବିଧାର ଅନୁମତି ଦେବା ପାଇଁ ବ୍ୟାଙ୍କକୁ ୟୁପିଆରେ ଲାଇଭ ରହିବା ଜରୁରୀ । ଏଟିଏମକୁ ୟୁପିଆଇ-ଏଟିଏମ ଇଣ୍ଟରଅପରେବଲ କାର୍ଡ-ଲେସ କ୍ୟାସ୍ ୱିଥଡ୍ରଆଲ ସୁବିଧା ମଧ୍ୟ ସକ୍ଷମ ହୋଇଥିବା ଆବଶ୍ୟକ ।

ୟୁପିଆଇର ଉପଯୋଗ କରି ଏଟିଏମରୁ ଟଙ୍କା କେମିତି ବାହାର କରିବେ ଜାଣନ୍ତୁ

ସର୍ବପ୍ରଥମେ ଗ୍ରାହକ ଟଙ୍କା ଉଠାଇବା ସମୟରେ ଏଟିଏମରେ ୟୁପିଆଇ ୱିଥଡ୍ରଆଲ ଅପ୍ସନକୁ ଚୟନ କରିବାକୁ ହେବ । ଏହାପରେ ଗ୍ରାହକଙ୍କୁ ସେହି ରାଶି ଏଣ୍ଟର କରିବାକୁ ହେବ ଯେତିକି ସେ ଉଠାଇବାକୁ ଚାହୁଁଛନ୍ତି । ଏହି ରାଶି ଆପଣଙ୍କ ବ୍ୟାଙ୍କ ଖାତାରେ ମହଜୁଦ ରହିଥିବା ଆବଶ୍ୟକ ।

ଏହାପରେ ଏଟିଏମ୍ ସ୍କ୍ରୀନରେ ସିଙ୍ଗଲ-ୟୁଜ ଡାଇନାମିକ କ୍ୟୁଆରକୋଡ ଦେଖାଦେବ । ଏବେ ଗ୍ରାହକ ନିଜ ମୋବାଇଲରେ କୌଣସି ବି ୟୁପିଆଇ ଆପ୍ଲିକେସନର ଉପଯୋଗ କରି ଟ୍ରାନଜାକସନକୁ ପ୍ରସିଡ୍ କରିବାକୁ ହେବ । ଥରେ ୟୁପିଆଇ ରାଶି ଡେବିଟ୍ ହେବା ପରେ ୟୁଜର୍ସଙ୍କୁ ଏଟିଏମରେ ‘ପ୍ରେସ ହିୟର ଫର କ୍ୟାସ୍’କୁ ଚୟନ କରିବାକୁ ହେବ । ଯଦି ଟ୍ରାନଜାକସନ୍ ସଫଳ ହେବ ଆପଣଙ୍କ ଟଙ୍କା ଆପଣଙ୍କୁ ଦେଇଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.