ଲକ୍ଷ୍ନୌ ଗୁଳିକାଣ୍ଡ: ଆହତ କୁନି ଝିଅକୁ ହସ୍ପିଟାଲରେ ଭେଟିଲେ ସିଏମ୍‌ ଯୋଗୀ, ହାତରେ ଦେଲେ ଚକୋଲେଟ୍‌

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟି ଟ୍ରମା ସେଣ୍ଟର ପରିଦର୍ଶନ କରିଥିଲେ। ଏହି ସମୟରେ ସିଏମ ଯୋଗୀ ଲକ୍ଷ୍ନୌ କୋର୍ଟରେ ଘଟିଥିବା ଗୁଳିକାଣ୍ଡରେ ଆହତ କନଷ୍ଟେବଳ ଏବଂ ମା’, ଝିଅଙ୍କୁ ଭେଟିଥିଲେ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟି ଟ୍ରମା ସେଣ୍ଟର ପରିଦର୍ଶନ କରିଥିଲେ। ଏହି ସମୟରେ ସିଏମ ଯୋଗୀ ଲକ୍ଷ୍ନୌ କୋର୍ଟରେ ଘଟିଥିବା ଗୁଳିକାଣ୍ଡରେ ଆହତ କନଷ୍ଟେବଳ ଏବଂ ମା’, ଝିଅଙ୍କୁ ଭେଟିଥିଲେ।

ସିଏମ୍‌ ଆହତମାନଙ୍କ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କଠାରୁ ସୂଚନା ନେଇଥିଲେ। ଏହାପରେ ସେ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ କି, ଆହତମାନଙ୍କୁ ଉତ୍ତମ ଉପାୟରେ ଚିକିତ୍ସା କରାଯାଉ, ଯେପରି ସେମାନେ ଯଥାଶୀଘ୍ର ସୁସ୍ଥ ହୋଇପାରିବେ।

ହସ୍ପିଟାଲରେ ଯେତେବେଳେ ଯୋଗୀ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିବା କୁନି ଝିଅକୁ ଭେଟିବାକୁ ଯାଇଥିଲେ, ତ ତା’ ମୁଣ୍ଡରେ ହାତ ରଖିଥିଲେ ଏବଂ ତାକୁ ଚକୋଲେଟ୍ ଦେଇଥିଲେ। ସିଏମ ଡାକ୍ତରଙ୍କଠାରୁ କୁନି ଝିଅର ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଏହାସହିତ ତା’ର ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସାହାଯ୍ୟର ଭରସା ଦେଇଥିଲେ।

କହି ରଖୁଛୁ, ଗତକାଲି ଲକ୍ଷ୍ନୌ କୋର୍ଟରେ ସଞ୍ଜୀବ ଜୀଭା ନାମକ ଅପରାଧୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସଞ୍ଜୀବ ଜୀଭା ମାଫିଆ ମୁଖତାର୍‌ ଅନସାରୀଙ୍କ ଘନିଷ୍ଠ ଥିଲେ। ସେ ୟୁପିର ପୂର୍ବତନ ଶକ୍ତି ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ସିଭିଲ୍‌ କୋର୍ଟ ପରିସରରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣେ ଶିଶୁକନ୍ୟା ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.