ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ: ଧୂଳିରେ ଘୋଡାଇଲା,ଘଡ଼ଘଡିରେ ଡରାଇଲା

କୁହାଯାଉଛି ୩୦ରୁ ୪୦ କିଲୋମିଟର ବେଗରେ ବୋହି ଚାଲିଥିଲା ପବନ। କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରିଥିଲା। ଏ ନେଇ ସତର୍କ ସୂଚନା ମଧ୍ୟ ଜାରି କରିଥିଲା। କିନ୍ତୁ ସତର୍କ ସୂଚନା ପରେ ହଠାତ ମାଡ଼ି ଆସିଥିଲା ଧୂଳି ଝଡ଼

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଧୂଳି ଝଡ଼। ଏକ ଘଣ୍ଟା କାଳ ଧୂଳି ଝଡ଼ରେ ଆକ୍ତାମାକ୍ତା ହୋଇଗଲେ ରାଜଧାନୀବାସୀ। ଆଜି ଅପରାହ୍ନ ୪.୧୫ ମିନିଟରେ ହଠାତ ମାଡି ଆସିଥିଲା ଧୂଳିଝଡ଼ । ରାଜଧାନୀରେ ପଟିଆ ପ୍ରଶାନ୍ତି ବିହାର ସମେତ ଅନେକ ଅଞ୍ଚଳ ସବୁ ଧୂଳିର ଆସ୍ତରଣରେ ଘୋଡାଇ ହୋଇ ରହିଥିଲା। ଧୂଳି ଝଡ଼ ପରେ ଘଡ଼ଘଡ଼ି ସହ ବର୍ଷା ବି ଆରମ୍ଭ ହୋଇଥିଲା। କିଛି ଅଞ୍ଚଳରେ ଗଛ ଭାଙ୍ଗି ପଡି ଥିବା ଖବର ମିଳିଛି।

କୁହାଯାଉଛି ୩୦ରୁ ୪୦ କିଲୋମିଟର ବେଗରେ ବୋହି ଚାଲିଥିଲା ପବନ। କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରିଥିଲା। ଏ ନେଇ ସତର୍କ ସୂଚନା ମଧ୍ୟ ଜାରି କରିଥିଲା। କିନ୍ତୁ ସତର୍କ ସୂଚନା ପରେ ହଠାତ ମାଡ଼ି ଆସିଥିଲା ଧୂଳି ଝଡ଼ ଓ ସମଗ୍ର ଭୁବନେଶ୍ବରରେ ଏକ ପ୍ରକାର ତାଣ୍ଡବ ରଚିଥିଲା। କେବଳ  ଭୁବନେଶ୍ବରରେ ନୁହେଁ କଟକରେ ମଧ୍ୟ ଅନେକ ଜାଗାରେ କାଳବୈଶାଖୀର ତାଣ୍ଡବ ରଚିଥିବା ଖବର ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.