ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ନ୍ୟୁୟର୍କ, ଜାଣନ୍ତୁ କିପରି ହେଲା ଏପରି ସ୍ଥିତି

ଗତ ଜୁନ ୬ରେ ଆମେରିକାର ବଡ଼ ସହର ନ୍ୟୁୟର୍କକୁ ଦୁନିଆର ସବୁଠାରୁ ପ୍ରଦୁଷିତ ସହର ଭାବେ ଘୋଷଣା କରାଯାଇଛି । IQAir ଏହି ତଥ୍ୟ ଦେଇଥିବା ଜଣାପଡ଼ିଛି । କାନାଡ଼ାରେ ଭୟଙ୍କର ନିଆଁ ଲାଗିଥିବାରୁ ନ୍ୟୁୟର୍କ ସହର ଅଧିକ ପ୍ରଦୁଷିତ ହେଉଛି । ନିଆଁ ଲାଗିଥିବାରୁ ସମ୍ପୂର୍ଣ୍ଣ ସହର ଧୂଆଁରେ ଆଚ୍ଛାଦିତ ହୋଇଯାଇଛି ।

(କେନ୍ୟୁଜ ବ୍ୟୁରୋ): ଦିନକୁ ଦିନ ପ୍ରଦୁଷଣର ମାତ୍ରା ବଢି ବଢି ଚାଲିଛି । ଅତ୍ୟଧିକ ଗାଡ଼ିମଟର ବ୍ୟବହାର, କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଏବଂ ଅଳିଆ ଆବର୍ଜନା ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି । ବର୍ତ୍ତମାନ ସମୟରେ ପ୍ରଦୂଷଣ ଲୋକମାନଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଛି । କିନ୍ତୁ ଏହି ପ୍ରଦୂଷଣର ମାତ୍ରା କେଉଁ ସହରରେ ଅଧିକ ତାହା ହୁଏତ ଆପଣମାନେ ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା କେଉଁ ସହରରେ ପ୍ରଦୁଷଣ ସ୍ତର ଅଧିକ ରହିଛି ।

ଏହି ପ୍ରଦୂଷଣକୁ ନେଇ IQR ୱେବସାଇଟ ତରଫରୁ ଏକ ତଥ୍ୟ ପ୍ରକାଶ ପାଇଛି । ଏହି ତଥ୍ୟ ଅନୁସାରେ ନ୍ୟୁୟର୍କ ସବୁଠାରୁ ଅଧିକ ପ୍ରଦୁଷିତ ସହର ଭାବେ ଘୋଷଣା କରାଯାଇଛି । ଗତ ଜୁନ ୬ରେ ଆମେରିକାର ବଡ଼ ସହର ନ୍ୟୁୟର୍କକୁ ଦୁନିଆର ସବୁଠାରୁ ପ୍ରଦୁଷିତ ସହର ଭାବେ ଘୋଷଣା କରାଯାଇଛି । IQAir ଏହି ତଥ୍ୟ ଦେଇଥିବା ଜଣାପଡ଼ିଛି । କାନାଡ଼ାରେ ଭୟଙ୍କର ନିଆଁ ଲାଗିଥିବାରୁ ନ୍ୟୁୟର୍କ ସହର ଅଧିକ ପ୍ରଦୁଷିତ ହେଉଛି । ନିଆଁ ଲାଗିଥିବାରୁ ସମ୍ପୂର୍ଣ୍ଣ ସହର ଧୂଆଁରେ ଆଚ୍ଛାଦିତ ହୋଇଯାଇଛି ।

ରିପୋର୍ଟ ଅନୁସାରେ ପ୍ରଦୂଷଣର ହାର ୨୨୨ ମପା ଯାଇଥିଲା, ଯାହା ଅତ୍ୟନ୍ତ ଖରାପ ବୋଲି କୁହାଯାଉଛି । ଉତ୍ତର ଆମେରିକା ସହରରେ ମଧ୍ୟ ଧୂଆଁ ପାଇଁ ପ୍ରଦୂଷଣର ମାତ୍ରା ବଢିଥିବା ଜଣା ପଡ଼ିଛି । ନ୍ୟୁୟର୍କ ସହରର ମେୟର ଏରିକ ଏଡମ୍ସ କହିଛନ୍ତି ଯେ, ସହରର ସ୍ଥିତି ଠିକ ହେବା ନେଇ ସମ୍ଭାବନା ଦେଖାଯାଇଛି । ସେ ଏହା ମଧ୍ୟ କହିଛନ୍ତି ସହରରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଜରୁରୀ ପଦକ୍ଷେପ ନିଆଯିବ । କାନାଡ଼ାରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡ ପାଇଁ ପାଖାପାଖି ୮.୨ ମିଲିଅନ (୮୦ ଲକ୍ଷ ଏକର) ଜଙ୍ଗଲ ଭୟଙ୍କର ଭାବେ କ୍ଷତିଗ୍ରସ୍ଥ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.