ପ୍ରେମିକା ପାଇଁ DU ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା, ୨ ଗିରଫ
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ କ୍ୟାମ୍ପସରେ ଜଣେ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କରିବା ମାମଲାରେ ୨ ଜଣ ଗିରଫ । ତେବେ ପ୍ରେମିକାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ କ୍ୟାମ୍ପସରେ ଜଣେ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କରିବା ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି । ତେବେ ପ୍ରେମିକାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ସାମାନ୍ୟ କଥାକୁ କେନ୍ଦ୍ରକରି ବିଶ୍ୱବିଦ୍ୟାଳୟର ସାଉଥ କ୍ୟାମ୍ପସରେ ଥିବା ଆର୍ଯ୍ୟଭଟ୍ଟ କଲେଜରେ ଦୁଇ ଛାତ୍ର ମଧ୍ୟରେ ବିବାଦ ହୋଇଥିଲା।
ମୃତ ଛାତ୍ର ଜଣକ ପଶ୍ଚିମ ବିହାରର ୧୯ ବର୍ଷୀୟ ନିଖିଳ ଚୌହାନ। ସେ ସ୍କୁଲ ଅଫ ଓପନ ଲର୍ଣ୍ଣିଂ କରିବା ନିମନ୍ତେ କଲେଜକୁ ଆସିଥିଲେ। କଲେଜ ପାଖରେ ହିଁ ଛାତ୍ରଙ୍କ ଭିତରେ ଝଗଡ଼ା ହୋଇଥିଲା।
Screengrab of Delhi University South Campus murder case visuals, in which the suspect is seen coming on a motorcycle.
(Screengrab confirmed by Delhi Police) https://t.co/521ZOKLEJr pic.twitter.com/jWf7AwQzy1
— ANI (@ANI) June 19, 2023
ସୂଚନା ମୁତାବକ, ହତ୍ୟାକାଣ୍ଡ ନିଖିଳଙ୍କ ଗାଲଫ୍ରେଣ୍ଡଙ୍କୁ ନେଇ ହୋଇଥିବା ପୋଲିସ କହିଛି । ପାଖାପାଖି ୭ ଦିନ ପୂର୍ବେ ଏହି କଲେଜର ଜଣେ ଛାତ୍ର ନିଖିଳଙ୍କ ଗାଲଫ୍ରେଣ୍ଡ ସହ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ବିବାଦ ବଢ଼ିଥିବା ବେଳେ ଗତକାଲି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଅଭିଯୁକ୍ତ ଛାତ୍ର ୩ ସାଥୀଙ୍କ ସହ ଆସି ନିଖିଳଙ୍କୁ କଲେଜ ନିକଟରେ ଅଟକାଇ ତାଙ୍କ ଛାତିରେ ଛୁରୀ ଭୁସି ଦେଇଥିଲେ। ଖବର ପାଇ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା ପୋଲିସ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଏହି ଘଟଣା ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ହତ୍ୟା ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ନିଖିଳଙ୍କ ହତ୍ୟା ପରେ ପରିବାର ଲୋକେ ଗଭୀର ଅବଶାଦରେ ରହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀର ଆରକେ ପୁରମ ଥାନା ଅନ୍ତର୍ଗତ ଆମ୍ବେଦକର ବସ୍ତି ଅଞ୍ଚଳରେ ଦୁଇ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଭାଇକୁ ବଞ୍ଚାଇବା ପାଇଁ ଦୁଇ ଭଉଣୀ ଗୁଳି ଖାଇଥିଲେ । ଘଟଣା ପରେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।
ତେବେ ଯୁବକ ଜଣ ଗୁଳିକରିଥିବା ଯୁବକଙ୍କ ଠାରୁ କିଛି ପଇସା ଉଧାର ଆଣିଥିଲେ । ସେମାନେ ଯେତେଥର ମାଗିଥିଲେ ମଧ୍ୟ ଯୁବକ ଜଣକ ପଇସା ଫେରାଇନଥିଲେ । ତେଣୁ ସେମାନେ ଯୁବକଙ୍କ ଘରକୁ ଆସି ଯୁକ୍ତିତର୍କ ବେଳେ ସେମାନେ ଦୁଇ ଭଉଣୀଙ୍କ ଉପରକୁ ଗୁଳି କରିଥିଲେ। ଫଳରେ ଭାଇକୁ ବଞ୍ଚାଇବା ପାଇଁ ଭଉଣୀ ଦୁଇଜଣ ନିଜ ଜୀବନ ଦେଇଦେଇଥିଲେ ।